Breaking News

ସାକ୍ଷୀଗୋପାଳ କୁ ଏନଏସି ଘୋଷଣା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ



 ସାକ୍ଷୀଗୋପାଳ ---ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସାକ୍ଷୀଗୋପାଳ କୁ ଏନଏସି ଘୋଷଣା କରିବା ପାଇଁ "ସତ୍ୟବାଦୀ ସ୍ୱାଭିମାନ ମଞ୍ଚ" ତରଫରୁ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ଶ୍ରୀ ଦିବାକର ମହାପାତ୍ର ପ୍ରମୁଖ ରାଜ୍ଯ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରଛନ୍ତି l ସତ୍ୟବାଦୀର ସ୍ୱାଭିମାନକୁ ବଜାୟ ରଖି ସତ୍ୟବାଦୀକୁ ଉନ୍ନତ ଓ ବିକଶିତ କରିବାକୁ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ସମାଜସେବୀ ଓ ବୁଦ୍ଧିଜିବୀମାନଙ୍କୁ ନେଇ ଗଠିତ "ସତ୍ୟବାଦୀ ସ୍ୱାଭିମାନ ମଞ୍ଚ" ଦୁଇ ବର୍ଷ ତଳେ ମଧ୍ୟ ସାକ୍ଷୀଗୋପାଳ କୁ  ଏନଏସି ଘୋଷଣା ପାଇଁ ପ୍ରଚେଷ୍ଟା କରିଥିଲା । ଏବଂ ପୂର୍ବତନ ଓଡିଶା ସରକାର ସେସମୟରେ ଉକ୍ତ ସଂଗଠନ ର ଦାବୀକୁ ଯଥାର୍ଥ ବୋଲି ବିବେଚନା କରି ସାକ୍ଷୀଗୋପାଳ କୁ ଏନ ଏସି ଘୋଷଣା କରିଥିଲେ l କିନ୍ତୁ ବର୍ତମାନ ର ଡବଲ ଇଞ୍ଜିନି ସରକାର ନିର୍ବାଚନ ପୂର୍ବରୁ ହୋଇଥିବା ଏନଏସି ଘୋଷଣା କୁ ରଦ୍ଦ କରି ନୂତନଭାବେ ୨୮ ଟି ଏନଏସି ଓ ସାତଟି ମ୍ୟୁନିସିପାଲଟି ଘୋଷଣା କରିଛନ୍ତି l କିନ୍ତୁ ଏନଏସି ମାନ୍ୟତା ପାଇଁ ସାକ୍ଷୀଗୋପାଳ ସବୁଠୁ ଅଧିକ ଯୋଗ୍ୟ ହୋଇଥିଲେ ମଧ୍ୟ ଓଡିଶା ସରକାର ସାକ୍ଷୀଗୋପାଳ କୁ ଏନଏସି ଘୋଷଣା କରି ନାହାନ୍ତି, ଯାହାକି ସତ୍ୟବାଦୀ ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି l
 ସାକ୍ଷୀଗୋପୀନାଥ ମନ୍ଦିର, ଓଡ଼ିଆ ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, ନାରିକେଳ ଉନ୍ନୟନ ଗବେଷଣା କେନ୍ଦ୍ର, ଉଦ୍ୟାନ ବିଭାଗ, ପ୍ରସିଦ୍ଧ ମା' ଦକ୍ଷିଣକାଳୀଙ୍କ ପିଠ, ଗାନ୍ଧି ଗୋପବନ୍ଧୁଙ୍କ କାଦୁଆ ଆଶ୍ରମ ଓ ପଞ୍ଚସଖାଙ୍କ କର୍ମଭୂମି ତଥା ରାଧାକୃଷ୍ଣଙ୍କ ଗୁପ୍ତବୃନ୍ଦାବନ ବକୁଳବନ ଆଦି ଅନେକ ଧାର୍ମିକ, ଐତିହାସିକ, ସାଂସ୍କୃତିକ, ସାମାଜିକ ମହତ୍ତ୍ଵ ବହନ କରୁଥିବା ସାକ୍ଷୀଗୋପାଳ ଏନଏସି ମାନ୍ୟତା ପାଇବା ପାଇଁ କେତେ ଯୋଗ୍ୟ, ତାହା ସହଜରେ ଅନୁମେୟ l ଏମିତିବି ସାକ୍ଷୀଗୋପାଳ ମଧ୍ୟ୍ୟ ଜାତୀୟ ରାଜପଥ ନଂ ୩୧୬ ଏବଂ ପୂର୍ବତଟ ରେଳପଥ ସହ ସୁସଂଯୋଜିତ ଅଟେ l ସାକ୍ଷୀଗୋପାଳ ର ବର୍ଦ୍ଧିତ ଜନସଂଖ୍ୟା ର ଆବଶ୍ୟକତା ଦୃଷ୍ଟିରୁ ପରିମଳ ବ୍ୟବସ୍ଥା, ଜଳ ନିଷ୍କାସନ, ଆଲୋକୀକରଣ, ବର୍ଜ୍ୟବସ୍ତୁ ପରିଚାଳନା, ଯାନବାହାନ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ପର୍ଯ୍ୟଟନ ପରିଚାଳନା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଗମନାଗମନ ର ସୁବିଧା ଆଦି ଜରୁରୀ ହୋଇପଡିଛି, ଯାହାକି ଅଞ୍ଚଳ ର ବିକାଶ ଉପରେ ନିର୍ଭର କରେ llପ୍ରକାଶ ଥାଉକି "ସତ୍ୟବାଦୀ ସ୍ୱାଭିମାନ ମଞ୍ଚ" ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କୁ, ସତ୍ୟବାଦୀ ବିଧାୟକ, ବ୍ଲକ ଚେୟାରମ୍ୟାନ, ବିଡ଼ିଓ ଓ ତହସିଲଦାରଙ୍କୁ ସାକ୍ଷୀଗୋପାଳ କୁ ଏନଏସି ଘୋଷଣା କରିବା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଏବଂ ପୁରୀ ର ମାନ୍ୟବର ସାଂସଦ ଶ୍ରୀ ସମ୍ବିତ ପାତ୍ରଙ୍କୁ ମଧ୍ୟ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଛି l ସତ୍ୟବାଦୀ ଅଞ୍ଚଳରେ ଏବେ ସାକ୍ଷୀଗୋପାଳକୁ ଏଳଏସି ମାନ୍ୟତା ଦାବୀ ଯୋର ଧରିବା ପରିଲକ୍ଷିତ ହେଉଛି ll ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୯/୨୦୨୫--୧୦,୧୦ Sakhigopal News,24/9/2025

Blog Archive

Popular Posts