Breaking News

ସାକ୍ଷୀଗୋପାଳ କଲେଜରେ ଚତୁର ନିବେଶକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ସାକ୍ଷୀଗୋପାଳ, :- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ମହାବିଦ୍ୟାଳୟ,ଉଚ୍ଚ ଶିକ୍ଷା ବିଭାଗ ଓ SEBI ର ମିଳିତ ଆନୁକୂଲ୍ୟରେ "ଚତୁର ନିବେଶକ ସଚେତନତା" ଶୀର୍ଷକ ଏକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ପୁଷ୍ପମିତ୍ରା ପଟ୍ଟନାୟକଙ୍କ ସଭାପତିତ୍ୱରେ  ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପ ଦୀପ ଅର୍ପଣ   କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ SEBI ପଞ୍ଜିକୃତ କେନ୍ଦ୍ରୀୟ ଅଧିକାରୀ ଶ୍ରୀ ରଘୁନନ୍ଦନ ପଟ୍ଟନାୟକ ଯୋଗଦେଇ ଆଜିର ଦୁନିଆରେ ବ୍ୟକ୍ତିଗତ ଆର୍ଥିକ ପ୍ରବନ୍ଧନ, ବିନିଯୋଗ ସମ୍ପଦ ପ୍ରବନ୍ଧନ, ଅବସର ପରବର୍ତ୍ତୀ ଆର୍ଥିକ ଯୋଜନା, ଜାତୀୟ ଭତ୍ତା ଯୋଜନା, ବିପଦ ପରିଚାଳନା, ପ୍ରତିଭୂତ୍ତି ବଜାର ଏବଂ ମ୍ୟୁଚୁଆଲଫଣ୍ଡର ଗୁରୁତ୍ୱ ତଥା  ଆବଶ୍ୟକତା ଉପରେ  ସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆର୍ଥିକ ନିବେଶ ଦ୍ୱାରା କିପରି ଏକ ମଣିଷ  ତା'ର  ଜୀବନର ପ୍ରତିଟି ସ୍ତରରେ ଥିବା ଆର୍ଥିକ ସମସ୍ୟା ଗୁଡିକୁ ଦୃଢ଼ତାର ସହିତ ସାମ୍ନା କରିପାରିବ, ତାହା ଥିଲା ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ବିଭାଗର  ମୁଖ୍ୟ ଅଧ୍ୟାପକ ଚନ୍ଦ୍ରଶେଖର ତ୍ରିପାଠୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଏହାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୯/୨୦୨୫----୧୦,୪୫ Sakhigopal News,5/9/2025

Blog Archive

Popular Posts