ଜିଏସଟି କମିବାକୁ ନେଇ ବିଜେପି ପକ୍ଷରୁ ସତ୍ୟବାଦୀ ରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସାକ୍ଷୀଗୋପାଳ --- ଜିଏସଟି କମିବାକୁ ନେଇ ପ୍ରଧାନମନ୍ତ୍ରୀ ଙ୍କ ଘୋଷଣା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଏପରିକି ବ୍ଳକ ବିଭିନ୍ନ ବଜାର ଓ ମଲ ମାନଙ୍କରେ ଜିଏସଟି କମିଥିବା ସମ୍ପର୍କରେ ଜନସଚେତନତା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜନସଚେତନତା କାର୍ଯ୍ୟକ୍ରମ ରେ ପୁରୀ ସାଂସଦ ଡ ସମ୍ବିତ ପାତ୍ର , ସତ୍ଯବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସାକ୍ଷୀଗୋପାଳ ବଜାର ରେ ଥିବା ବିଭିନ୍ନ ବ୍ଯବସାୟ ପ୍ରତିଷ୍ଠାନ ଗୁଡିକୁ ବୁଲି ଜିଏସଟି କମିଥିବା ସଂପର୍କରେ ଆଲୋଚନା କରିଥଲେ । ବିଭିନ୍ନ ସାମଗ୍ରୀ ଉପରେ ଦରଦାମ କମିଥିବା ସଂପର୍କରେ ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ଓ ସେଲସମ୍ଯାନଙ୍କୁ ପଚାରି ବୁଝିଥିଲେ। ବ୍ଯବସାୟ ପ୍ରତିଷ୍ଠାନ ଗୁଡିକରେ ଜିଏସଟି ସଂପର୍କିତ ଷ୍ଟିକର ଯେଉଁ ଥିରେ ଲେଖା ହୋଇଛି କମିଲା ଜିଏସଟି ମିଳିଲା ଉପହାର, ଧନ୍ୟବାଦ ମୋଦି ସରକାର ବୋଲି ଲେଖା ରହିବା ସହ ପ୍ରଧାନମନ୍ତ୍ରୀ ଙ୍କ ଫଟୋ ଚିତ୍ର ରହିଛି ଏହି ଷ୍ଟିକର ଗୁଡିକ ଦୋକାନ କାନ୍ଥରେ ଲଗାଇ ଥିଲେ । ସେହିପରି ଗରାଖ ମାନଙ୍କୁ ମଧ୍ଯ ଦରଦାମ କମିଥିବା ସଂପର୍କରେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ ଯୋଗୁ ଜନସାଧାରଣ ଉପକ୍ରୁତ ହେବେ ବୋଲି ସାଂସଦ ଡ ପାତ୍ର କହିଥିଲେ । ସେହିପରି ବସଷ୍ଟାଣ୍ଡ ନିକଟ ବଜାର , ନଡିଆ ମାର୍କେଟ ନିକଟ ମଲ ଦୋକାନ ଗୁଡିକୁ ଯାଇ ମାଲିକ, ସେଲସମ୍ଯାନ ଓ ଗରାଖ ମାନଙ୍କୁ ଗୋଲାପ ଫୁଲ ଉପହାର ଦେଇ ସ୍ୱଦେଶୀ ଜିନିଷ ବ୍ଯବହାର କରିବାକୁ ବିଧାୟକ ଓମ୍ ପ୍ରକାଶ ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ଗରାଖ ମାନଙ୍କୁ ଜିଏସଟି କମିଥିବାରୁ ସଠିକ ଦରରେ ବିକ୍ରୀକରି ନିଜେ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ମାନଙ୍କୁ ପରାମର୍ଶ ଦେଇଥିଲେ। ଦରଦାମ କମିଥିବା ଜାଣି ଲୋକମାନେ ଖୁସିବ୍ଯକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର , ଜିଲାପରିଷଦ ସଭ୍ଯା ବିଷ୍ଣୁପ୍ରିୟା ବରାଳ, ଜୟପୁର ସମିତିସଭ୍ୟ ଦୀପକ ଶତପଥୀ , ଶଙ୍କର ପ୍ରଧାନ, ପ୍ରତାପ ବେହେରା , ତ୍ରିଲୋଚନ ରଥ, ଆମ୍ତର