Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଇନୋଭେସନ ଓ ଷ୍ଟାର୍ଟ ଅପ୍ ୨୦୨୫ ପ୍ରତିଯୋଗିତା



 ଭଞ୍ଜନଗର ---ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଭଞ୍ଜନଗରରେ ଅନୁଷ୍ଠାନିକ ସ୍ତରୀୟ "ନବସୃଜନ ଏବଂ ଷ୍ଟାର୍ଟ ଅପ୍ ପ୍ରତିଯୋଗିତା-୨୦୨୫" ର ପୁରସ୍କାର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୁଶାନ୍ତ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ସହାୟକ ଉପଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉଭୟ ଅଧ୍ୟକ୍ଷ ଓ ମୁଖ୍ୟଅତିଥି ଆଗାମୀ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଛାତ୍ରୀମାନଙ୍କୁ ପ୍ରେରଣା ଦେଇଛନ୍ତି। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସୁଶ୍ରୀ ରେଶମା ରାଣୀ ପ୍ରଧାନ ଏବଂ ସୁଶ୍ରୀ ପ୍ରଦୀପିକା କର ଥିବାବେଳେ ଦ୍ୱିତୀୟ ସ୍ଥାନରେ ସୁଶ୍ରୀ ପ୍ରାଙ୍ଗ୍ୟା ସ୍ୱାଇନ୍ ଏବଂସୁଶ୍ରୀ ତପସ୍ୱିନୀ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ସୁଶ୍ରୀ ଆରତୀ ସାହୁଙ୍କୁ ମନୋନୀତ କରାଯାଇଛି।  ସଂଯୋଜକ ଭାବରେ ସୁଶ୍ରୀ ମୋନାଲିସା ସାହୁ ଏବଂ ଶ୍ରୀ ପଙ୍କଜ କୁମାର ଦାସ ଓ ଡ଼ ପୁଷ୍ପାଞ୍ଜଳି ପଟ୍ଟନାୟକ ଉପସ୍ଥିତ ଥିଲେ। କଲେଜର  ସମସ୍ତ ଅଧ୍ୟାପକ ଅଧ୍ୟାପିକା  ଓ ଅନ୍ୟ ଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫---୮,୧୦ Sakhigopal News,5/9/2025

Blog Archive

Popular Posts