Breaking News

ୟୁବି ହାଇସ୍କୁଲରେ " ପୁନଶ୍ଚ ପୃଥିବୀ" କାର୍ଯ୍ୟକ୍ରମ ଅନୁଷ୍ଠିତ



ଭଞ୍ଜନଗର-- ସ୍ଥାନୀୟ ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ  ଏକ୍ ପେଡ୍ ମାଁ କେ ନାମ୍ - ୨.୦ ପାଳନ ଅବସରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ  ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ " ପୁନଶ୍ଚ ପୃଥିବୀ - କ୍ଲାଇମେଟ୍ ପଞ୍ଚାୟତ " କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ଏଥିରେ  ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି ଆର୍ମି ଉଇଙ୍ଗ କ୍ୟାଡେଟ ଅଗ୍ରଦୂତ ଭାବରେ ଯୋଗ ଦେଇଥିଲେ  l ଏଥିରେ ଭଞ୍ଜନଗର ବିଧାନ ସଭା ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ବକ୍ତା, ସମ୍ବାଦ ସାହିତ୍ୟ ଘର ଭଂଜନଗରର ସଭାପତି କୃତିବାସ ବିଶ୍ବାଳ , ଅବସରପ୍ରାପ୍ତ ବନ କର୍ମଚାରୀ ରେଞ୍ଜର ଅନୁପମ ବାନାର୍ଜୀ , ସୁରେଶ ଚନ୍ଦ୍ର ସ୍ବାଇଁ , ରୋଟାରୀ ସଭାପତି ରଞ୍ଜିତ ବାରିକ , ସମ୍ବାଦ ସାହିତ୍ୟ ଘରର ସେକ୍ରେଟାରୀ ସନ୍ତୋଷ କୁମାର ଜେନା ଓ  ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ  ଉମାକାନ୍ତ ନାହାକ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟର ହତାରେ ବୃକ୍ଷ ରୋପଣ କରିବା ପରେ ପ୍ରଧାନଶିକ୍ଷକଙ୍କ ଆବାହନ କ୍ରମେ ଏକ ସଭାକାର୍ଯ୍ଯ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରଥମଭାଗରେ ସୁନ୍ଦର ପୃଥିବୀ ନିମନ୍ତେ ସବୁଜିମାର ଆବଶ୍ୟକତା " ଧରଣୀ ମାଗୁଛି ସବୁଜ ଶାଢ଼ୀ, ' ଆସ' ଗଛ ଲଗାଇବା ଧାଡ଼ି କି ଧାଡ଼ି " ସଂପର୍କିତ ଆଲୋଚନା  କରାଯାଇଥିଲା  , କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶ୍ରୀ ସନ୍ତୋଷ ଜେନା , ପରିଚାଳନା କରିଥିଲେ ସମ୍ବାଦ ପ୍ରତିନିଧି ବିଶ୍ବମ୍ଭର ଜେନା, ଅତିଥି ପରିଚୟ ପ୍ରଦାନ କରିଥିଲେ ନେତାଜୀ ବିଷୋୟୀ ଏବଂ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ , ଆବର୍ଜନାମୁକ୍ତ ତଥା  ସବୁଜିମାଭରା ବିଦ୍ୟାଳୟରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା ।  ଶ୍ରୀ  ମିଶ୍ର  ଓ ଶ୍ରୀ ବାନାର୍ଜୀ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୭/୯/୨୦୨୫----୮,୪୫ Sakhigopal News,27/9/2025

Blog Archive

Popular Posts