Breaking News

ବିଶ୍ବ ଶାନ୍ତି କାମନା କଲେ କିନ୍ନର ସମାଜ

କୋଣାର୍କ ---- ବିଶ୍ବର ଶାନ୍ତି କାମନା କରି କୋଣାର୍କ କିନ୍ନର ସମାଜ ପକ୍ଷରୁ ପବିତ୍ର ଦୀପାବଳୀରେ ବୋହୁଚୋରୀ ମାତା ପୂଜା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ କିନ୍ନର ସଙ୍ଘର ମୁଖ୍ୟା ଦୀପା କିନ୍ନରଙ୍କ ନେତୃତ୍ବରେ ୧୦ ଜଣ କିନ୍ନର ଗୁରୁବାର ଚନ୍ଦ୍ରଭାଗାର ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ସଙ୍ଗମ ସ୍ଥଳରୁ ପବିତ୍ର ଜଳ  ଧାରଣ କରି ଏକ ଶୋଭାଯାତ୍ରାରେ ଆସି ବୋହୁଚୋରୀ ମାତାଙ୍କ ପୂଜା ମଣ୍ଡପରେ ପହଞ୍ଚିବା ପରେ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଏହା ପରେ ପୂଜା ମଣ୍ଡପ ନିକଟରେ ସମବେତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏହି ପୂଜା ଆୟୋଜନ କରାଯାଇଥିବା ଦୀପା କିନ୍ନର ସୂଚନା ଦେଇଛନ୍ତି । କୋଣାର୍କ ରୁ ଅଜିତ ମଲିକ ଙ୍କ ରିପୋର୍ଟ,୧/୧୧/୨୦୨୪-----୭,୪୫ Sakhigopal News,1/11/2024

Blog Archive

Popular Posts