ଅଙ୍ଗନବାଡି ରେ ରନ୍ଧା ଖାଦ୍ୟ ପ୍ରାପ୍ୟ ବୃଦ୍ଧି ଦାବି କଲା ଭାରତୀୟ ବିକାଶ ପରିଷଦ
ନୟାଗଡ ---- ବଜାର ଦର ବୃଦ୍ଧି ଯୋଗୁଁ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କୁ ରନ୍ଧାଖାଦ୍ୟରେ ଯୋଗାଇବାରେ ସମସ୍ୟା ସୃଷ୍ଟି ହେଉଛି | ସରକାର ବର୍ତ୍ତମାନ ଯୋଗାଇ ଦେଉଥିବା ମୁଣ୍ଡପିଛା ଖାଦ୍ୟ ଖର୍ଚ୍ଚରେଶିଶୁମାନଙ୍କୁ ରନ୍ଧାଖାଦ୍ୟ ପରସିବା ସମ୍ଭବ ହେଉନାହିଁ। ତୁରନ୍ତ ରନ୍ଧାଖାଦ୍ୟ ପ୍ରାପ୍ୟ ବୁଦ୍ଧି କରିବା ପାଇଁ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ଙ୍କ ନିର୍ଦେଶ କ୍ରମେ ରାଜ୍ୟ ଉପସଭାପତି ନିରଞ୍ଜନ ଦାସ ଙ୍କ ନେତୃତ୍ୱ ରେ କନକ ଲତା ପ୍ରଧାନ ରଞ୍ଜୁ ବାଳା ମହାରଣା,ହାରା ମଣି ଜେନା,କାମ ଦେଵ ଲେଙ୍କା , ପୁଷ୍ପ ଲତା ଭୋଳ, ଦେବକୀ ମହାନ୍ତି, ପ୍ରମୋଦ ମହାଳିକ, ସରସ୍ବତୀ ପ୍ରଧାନ, ଜୋଛନା ନାୟକ,ସୁଷମା ନାୟକ, ଲିଲି ବାଳା ନାଏକ, ଗଣେଶ ନାଏକ,ସବିତା ନାଏକ,କାନ୍ନା ନାୟକ,ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ମହିଳା ଓ ଶିଶୁ ବିକାଶ ବିଭାଗ,ଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ କୁହାଯାଇଛି ସେ, ବର୍ତ୍ତମାନ ଗୋଟିଏ ଅଣ୍ଡାର ବଜାର ମୂଲ୍ୟ ୮ ଟଙ୍ଗା ରହିଥିବା ବେଳେ ସରକାର ଏଥିପାଇଁ ୫ ଟଙ୍ଗା ଦେଉଛନ୍ତି ସେହିପରି ବର୍ତ୍ତମାନ ଖାଇବା ତେଲର ବଜାର ଦର ୧୪୦ ରୁ ଉର୍ଦ୍ଧ ଟଙ୍କା ରହିଥିବା ବେଳେ ସରକାର ୭୪ ଟଙ୍ଗା, ହରଡ଼ ଡାଲି ପାଇଁ ମାତ୍ର ୬୪ ଟଙ୍କା ପ୍ରଦାନ କରୁଛନ୍ତି। ଅନ୍ୟପକ୍ଷରେ ସିଡିପିଓଙ୍କ ଜରିଆରେ ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ଅତି ନିମ୍ନମାନର ବୋଲି ଲୋକେ ଅଭିଯୋଗ କରୁଛନ୍ତି | ପ୍ରତି ପିଲାର ମାପ ଅନୁଯାୟୀ ସିଲାଇ କରି ବଣ୍ଟନ ପାଇଁ ନିୟମ ଥିବାବେଳେ ସୂୟଂ ସହାୟକ ଗୋଷ୍ଠୀ ମାନେ ଅତ୍ୟନ୍ତ ନିମ୍ନମାନର ପୋଷାକ ଯୋଗାଇ ଦେଉଛନ୍ତି । ଏ ସମସ୍ତ ସମସ୍ୟା ପାଇଁ ଅଯଥାରେ ଅଙ୍ଗନବାଡି କର୍ମୀମାନେ ନିନ୍ଦିତ ହେଉଛନ୍ତି । ସୂଚନା ଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଈ ଦିଆଯାଇ ଥିବା ପୋଷାକ ଓ ଅନ୍ଯ ସାମଗ୍ରୀ ଗୁଡିକ ଭିଜିଲାନ୍ସ ତଦନ୍ତ ଦାବିକରିଛି ଭାରତୀୟ ବିକାଶ ପରିଷଦ!ଏସବୁ ସମସ୍ୟାର ସମାଧାନ ନ ହେଲେ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ସହ ମାନ୍ୟବର ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି।
ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୧୧/୨୦୨୪---୭,୪୫ Sakhigopal News,1/11/2024
ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୧୧/୨୦୨୪---୭,୪୫ Sakhigopal News,1/11/2024