ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମାରୋହ
ସାକ୍ଷୀଗୋପାଳ ,---- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ରାଜନୀତି ବିଜ୍ଞାନ ବିଭାଗରେ ନୂତନ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମାରୋହ ଉତ୍ସବ ପାଳିତ ହୋଇଯାଇଛି । ଜଗତର ନାଥ ପ୍ରଭୁ ଜଗନ୍ନାଥ ଏବଂ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସତ୍ୟଶିବ ସୁନ୍ଦର ମିଶ୍ର ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତର ଉଜ୍ଜଳ କାମନା କରିଥିଲେ। ସେହିପରି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରତ୍ନାକର ସାହୁ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଏକ ସୁନାଗରିକ ହୋଇ ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ଆହ୍ୱାନ ଦେଇଥିଲେ। ବିଭାଗର ଅନ୍ୟ ଅଧ୍ୟାପକ ବୈକୁଣ୍ଠ କୁମାର ମେହେର "ଗୁରୁ ଦକ୍ଷିଣା ହେଉଛି ଛାତ୍ରଛାତ୍ରୀମାନଙ୍କ ଗୁରୁଙ୍କ ପ୍ରତି ସମ୍ମାନ ତଥା ସେମାନଙ୍କର ସଫଳତା " ବୋଲି ନିଜ ଅଭିଭାଷଣରେ କହିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ବିଭାଗର ଛାତ୍ରଛାତ୍ରୀମାନେ ବେଦ ଧ୍ୱନି ସହ ସ୍ୱାଗତ ସଂଗୀତ ଗାନ କରିଥିଲେ l ନବାଗତ ପିଲାମାନଙ୍କୁ ବିଭାଗ ତରଫରୁ ସ୍ୱାଗତ କରାଯାଇଥିଲା। ଶେଷବର୍ଷର ଛାତ୍ର ବିଭୁତି, ଛାତ୍ରୀ ସୁଜାତା, ଦ୍ୱିତୀୟ ବର୍ଷର ଛାତ୍ରୀ ସୋନା, ଶ୍ରଦ୍ଧା ଏବଂ ଛାତ୍ର ଆଶିଷ ସେମାନଙ୍କ କଲେଜ ଅନୁଭୂତି ବିଷୟରେ ନୂତନ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଉପସ୍ଥାପନ ରଖିଥିଲେ । ବିଭାଗୀୟ ଅଧ୍ୟାପକ ଅମରନାଥ ପାଲ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅଧ୍ୟାପକ ବୈକୁଣ୍ଠ କୁମାର ମେହେର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧୧/୨୦୨୪----୮,୨୫ Sakhigopal News,2/11/2024