Breaking News

ପିପିଲିପାଲି "ଆନନ୍ଦ ସେବା ସଦନ" ବୃଦ୍ଧାଶ୍ରମ ଠାରେ ଗୋଷ୍ଠାଷ୍ଠମୀ ପାଳିତ ଏକ ଦିବସୀୟ ନାମଯଜ୍ଞ ଓ ରକ୍ତ ଦାନ ଶିବିର

 
ବରଗଡ଼ ---- ବରଗଡ ଜିଲ୍ଲା ପପଙ୍ଗା ପଞ୍ଚାୟତର ବଡ଼ ପିପିଲିପାଲି "ଆନନ୍ଦ ସେବା ସଦନ" ବୃଦ୍ଧାଶ୍ରମ ଠାରେ ଗୋଷ୍ଠାଷ୍ଠମୀ ଉପଲକ୍ଷେ ଏକ ଦିବସୀୟ ନାମଯଜ୍ଞ ଓ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯଜ୍ଞରେ କର୍ତ୍ତା ଭାବରେ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଧର୍ମପତ୍ନୀ ଅନୀତା ମହାପାତ୍ର ଦାଇତ୍ବ ତୁଲାଇଥିଲେ। ପରିଚାଳନା ରେ ସହଯୋଗ କରିଥିଲେ, ଆନନ୍ଦ ସେବା ସଦନ ଅନାଥାଶ୍ରମର ମୁଖ୍ୟ ଆନନ୍ଦ ସେଟ। ଲୁପୁରସିଂହା ଓ କର୍ଲାବାହାଲି ସଂକ୍ରିତନ ଦେଖିବାକୁ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ।ଏହି ଅବସରରେ ଆନନ୍ଦ ସେବାଶ୍ରମ ପ୍ରଥମ ଥର ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବରଗଡ ବ୍ଲଡ୍ ବ୍ୟାଙ୍କ ତରଫରୁ ରକ୍ତଭଣ୍ଡାର ଅମରଜିତ ମହାନ୍ତି, ରୋହିତ କଲେତ, ରାଜେଶ ରଣା, କୃଷ୍ନ ସାହୁ ୧୪ ୟୁନିଟ୍ ରକତ ସଂଗ୍ରହ କରି କରିଥିଲେ। ଏହି ସମୟରେ ସେବା ପରିବାର, ମାହେଶ୍ଵରୀ ସେନା ଓ ଅମୃତ କୁଟୁମ୍ ର ସଦସ୍ୟମାନେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ପରିଚାଳନା ରେ ସହଯୋଗ କରିଥିଲେ। ଆନନ୍ଦ ସେବାଶ୍ରମ ଗୋଷ୍ଠାଷ୍ଠମୀ ଉପଲକ୍ଷେ ବରଗଡ ର ସୁଦାମ ମହାରଣା ଅନ୍ତେବାସୀ ମାନଙ୍କୁ ୨୫ ଖଣ୍ଡ ଶୀତବସ୍ତ୍ର ପ୍ରଦାନ କରି ବୃଦ୍ଧ, ବୃଦ୍ଧା ଆଶୀର୍ବାଦ ଭିକ୍ଷା କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୧/୨୦୨୪----୧୨,୪୫ Sakhigopal News,10/11/2024

Blog Archive

Popular Posts