Breaking News

ବିହାରୀ ସଂପ୍ରଦାୟର ଛଟ୍ ପୂଜା ଆରମ୍ଭ


ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି ବଡ କେନାଲ ଠାରେ ବିହାରୀ ସଂପ୍ରଦାୟର ଛଟ୍ ପୂଜା ଆରମ୍ଭ ହୋଇଯାଇଛି।ଏଥିରେ ଅସ୍ତଗାମୀ ସୂର୍ଯ୍ୟ ଓ  ଉଦୟ ସୂର୍ଯ୍ୟ ଦେବତାଙ୍କୁ ବିଭିନ୍ନ ପ୍ରକାର ଫଳମୂଳ ଲାଗି କରାଯାଏ । ଏହି ଛଟ୍ ପୂଜା ଫଳରେ ସନ୍ତାନ ପ୍ରାପ୍ତି, ପରିବାର ରେ ସୁଖ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଆସିଛି । ଏହି ଅବସରରେ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭୋଲା ସାହାନୀ, ଶିବ କୁମାର ଚୌଧୁରୀ, ମନିଶ ସିଂ, ବିକେଶ ସାହାନୀ, ସୁରେଶ ଶର୍ମା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧୧/୨୦୨୪---୮,୫୫ Sakhigopal News,8/11/2024

Blog Archive

Popular Posts