Breaking News

ଶୁକଳ ତୃତୀୟା ଦେବ ନୋଡାଲ ବିଦ୍ୟାନିକେତନର ମୁଖ୍ୟ ଫାଟକରେ ତାଲା ; ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିଲା ନାହିଁ



ସାକ୍ଷୀଗୋପାଳ,----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳରେ ଥିବା ତୃତୀୟା ଦେବ ନୋଡାଲ ବିଦ୍ୟାନିକେତନର ମୁଖ୍ୟ  ଫାଟକରେ ପଡିଛି ତାଲା ।  ପିଲା ମାନେ ଆଜି ବିଦ୍ୟାଳୟ ଖୋଲିବ ଭାବି କିଛି ପିଲା ମାନେ ଆସିଥିଲେ ।  ସେହିପରି ମଧ୍ୟ ଅଳ୍ପ ସଂଖ୍ୟାର ଶିକ୍ଷକ ଶିକ୍ଷୟତ୍ରୀ ଆସିଥିବାର ଜଣାପଡିଥିଲା । ମାତ୍ର ପିଲା ମାନଙ୍କର ଉପସ୍ଥାପନ ବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଉପସ୍ଥାପନ ପଡି ପାରିନାହିଁ ।  ଶନିବାର ଯୋଗୁ ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟର ଶାରିରୀକ କ୍ରୀଡା ଶିକ୍ଷୟତ୍ରୀ ବିଦ୍ୟାଳୟର ମୁଖ୍ୟ ଗେଟ ଆଗରେ ଆସିଥିବା ପିଲା ମାନଙ୍କୁ  ଡ୍ରିଲ କରାଇଥିଲେ । ପରେ ପରେ ବିଦ୍ୟାଳୟ ଗେଟ ନ ଖୋଲିବାରୁ ପାଖରେ ଥିବା ମେଳଣ ପଡିଆ ପିଣ୍ଡିରେ ପିଲା ମାନେ ବସି ଶିକ୍ଷାଦାନ କରିଥିଲେ । ସେହିପରି ବିଦ୍ୟାଳୟ ବନ୍ଦ ରହିଥିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା । ପିଲା ମାନେ ମଧ୍ୟାହ୍ନ ଭୋଜନ ଖାଇନଥିଲେ । ଏହା ଜାଣି ଶୁକଳ ପଞ୍ଚାୟତର ସମିତିସଭ୍ୟ ତଥା ବିଦ୍ୟାଳୟର ପୁରାତନ ପରିଚାଳନା କମିଟିର ସଦସ୍ୟ ବଜାରରୁ ପିଲାମାନଙ୍କ ପାଇଁ ବିସ୍କୁଟ ଓ ପାଣି କିଣିକି ଦେଇଥିଲେ । ପ୍ରଶ୍ନ ଉଠେ ଯେ  ବିଦ୍ୟାଳୟରେ ଉପୁଜିଥିବା ସମସ୍ୟା ଯଦି ସମାଧାନ ନ କରାଯାଏ ତା ହେଲେ ପିଲା ମାନେ କ’ଣ ଏହିପରି ମେଣନ ପିଣ୍ଡିରେ ବସିକି ଖୋଲା ଆକାଶ ତଳେ ବସିକି ଶିକ୍ଷା ଦାନ କରିବେ । ଦୁଇ ଶିକ୍ଷକଙ୍କ କଳିରେ ବଳି ପଡୁଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ତୁରନ୍ତ ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୧/୨୦୨୪---୮,୧୦   Sakhigopal News and Photo, 9/11/2024

Blog Archive

Popular Posts