Breaking News

୧୦୦ କିଲେ ଗଞ୍ଜେଇ ସହ ପିକାଅପ ଭ୍ୟାନ୍ ଜବତ ଜଣେ ଗିରଫ


ଭଞ୍ଜନଗର,  ---- ବ୍ୟବସାୟିକ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାରୁ ଏକ ପିକାଅପ୍ ଭ୍ୟାନ୍ ଯୋଗେ ଭୁବନେଶ୍ୱର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ଯୁବକ ସହ ବେଝେଇ ହେଇଥିବା ପିକାଅପ ଭ୍ୟାନ୍କୁ ଭଞ୍ଜନଗର ଅବକାରୀ ବିଭାଗ ଜବତ କରିଛି। ମାଜିଷ୍ଟ୍ରେଟ ଫକୀର ଜୀବନ ନାୟକଙ୍କ ଉପସ୍ଥିତରେ ସେମାନଙ୍କ ଠାରୁ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି।ଗିରଫ ଯୁବକ ହେଲେ କଟକ ଜିଲ୍ଲାର ମାଣିଆବନ୍ଧ ଥାନା ଅଧିନ କଙ୍କଡାଯୋଡି ଗ୍ରାମର ସୁବ୍ରତ ପ୍ରଧାନ ।  ପିକଅପ୍ ଭ୍ୟାନ୍ ରେ ଗଞ୍ଜେଇ ଧରି କନ୍ଧମାଳରୁ ଭୃବନେଶ୍ବର ଅଭିମୁଖେ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ଭଞ୍ଜନଗର ବ୍ଲକରେ ରେ ଥିବା ଗୋଲାପଡା ଛକରେ   ଅବକାରୀ ବିଭାଗ ମାଡି ବସିଥିଲେ।
ଏ ନେଇ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ କେସନଂ ୧୦୨/୨୫-୨୬ ରେ ମାମଲାରେ ରୁଜ୍ଜୁ କରାଯାଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଡମ୍ବରୁଧର ହରିଜନ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଅବକାରୀ ଓଆଇସି ଅଲିଭା ମାଝୀ,ଏଏସଆଇ ବହୁମୂଲ୍ୟ ପରିଛା ରାଧା ମୋହନ ସାହୁ,ସନାତନ ନାହାକ,ଜଗନ୍ନାଥ ମହାପାତ୍ର,ସୁବଳ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ, ଦୀପକ ରଞ୍ଜନ ସାହୁ ସାମିଲ ଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୧୦/୨୦୨୫---୯,୩୦ Sakhigopal News,8/10/2025

Blog Archive

Popular Posts