ସିରିଜ୍ ଦୁର୍ଘଟଣା ୪ ଗୁରୁତର ଆହତ ; ଆହତ ବ୍ୟକ୍ତି ସ୍ଥାନାନ୍ତରିତ ପାଇଁ ଆମ୍ବୁଲାନ୍ସ ମିଳିଲା ନାହିଁ
କଣାସ -- କଣାସ-ଡେଲାଙ୍ଗ ରାସ୍ତାର ନୂଆପଡା ଗ୍ରାମ ନିକଟରେ ୩ଟି ମଟରସାଇକେଲ୍ ମୁହାଁମୁହଁ ଧକ୍କା ହେବାରୁ ୪ଜଣ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଚିକିତ୍ସା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିବାକୁ ୧୦୮ ଆମ୍ବୁଲାନ୍ସକୁ ଅନେକ ଥର ଟେଲିଫୋନ୍ ଯୋଗେ ଯୋଗାଯୋଗ କଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ରୋଗୀମାନେ ୩ହଜାର ଟଙ୍କା ଭଡା ଦେଇ ପ୍ରାଏଭେଟ୍ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଡାକ୍ତରଖାନାକୁ ଯାଇଥିଲେ । କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇବାରୁ କଣାସ ପୋଲିସ୍ ଡାକ୍ତରଖାନାରେ ପହଁଚି ସୁରକ୍ଷା ଯୋଗାଇଥିଲେ । କଣାସ ପୋଲିସ ଦୁଇଟି ମଟରସାଇ କେଲ୍କୁ ଯବତ କରିଥିବା ବେଳେ ଗୋଟିଏ ମଟରସାଇକେଲ୍ ଦୁର୍ଘଟଣା ପରେ ଖସି ପଳାଇଥିବା ପୋଲିସ୍ ଠାରୁ ପ୍ରକାଶ । ଖବର ନେବାରେ ଜଣାପଡିଛି ବେଲପଡା ଗ୍ରାମର ଗାଣ୍ଡୁ ବରିଶଲ ୫୬ବର୍ଷ, ମିନା ବରିଶଲ ୫୦ବର୍ଷ, ଅମ୍ଳାନ ବରିଶଲ ୧୨ବର୍ଷ ଗୋଟିଏ ମଟରସାଇ କେଲ୍ରେ ବେଲପଡାରୁ କଣାସ ଆସୁଥିବା ବେଳେ କଣାସ ମହାବିଦ୍ୟାଳୟର ଅଧ୍ୟାପକ ଉମାକାନ୍ତ ବଳିୟାରସିଂହ କଣାସରୁ ନିଜ ଗ୍ରାମ କାଇପଦରକୁ ମଟରସାଇକେଲ୍ ଯୋଗେ ଯାଉଥିଲେ । ନୂଆପଡା ନିକଟରେ ଏକ କାର କୁ ଓଭରଟେକ୍ କରିବା ସମୟରେ ଗାଣ୍ଡୁ ବରିଶଳ ମଟର ସାଇକେଲ ସମାନା ପଟୁ ଧକା ଦେଇଥିଲା । ସେହି ସମୟରେ ଉମାକାନ୍ତଙ୍କ ପଛରୁ ଆସୁଥିବା ଏକ ମଟର ସାଇକେଲ୍ ଉମାକାନ୍ତଙ୍କ ମଟର ସାଇକେଲ୍କୁ ଧକା ଦେଇଥିଲା । ପଛ ପଟୁ ଧକା ଦେଇଥିବା ମଟର ସାଇକେଲ୍ଟି ଖସି ପଳାଇଯାଇଥିବା ବେଳେ ଉମାକାନ୍ତ, ଗାଣ୍ଡୁ, ମିନା, ଅମ୍ଳାନ ଗୁରୁତର ଆହାତ୍ ହୋଇପଡିଥିବାରୁ ସ୍ଥାନୀୟ ଲୋକମାନେ ସଂଗେ ସଂଗେ ଚିକିତ୍ସା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୪/୧୦/୨୦୨୫ Sajhigopal News, 4/10/2025