Breaking News

ସତ୍ୟ, ଅହିଂସା ଓ ଦେଶପ୍ରେମରେ ଉଦବୁଦ୍ଧ ହେବା ହିଁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।


ଡେଲାଙ୍ଗ---  ସତ୍ୟ, ଅହିଂସା, ଶାନ୍ତି ଓ ଦେଶପ୍ରେମରେ ଉଦବୁଦ୍ଧ ହେଲେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ତାହାହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଡେ଼ଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଓ ଶାନ୍ତି ଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ପାଳନ ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ତଥା ଅବସରପ୍ରାପ୍ତ ପରିସଂଖ୍ୟାନ ଅଧିକାରୀ ସମାଜସେବୀ ଅନାମ ମଲ୍ଲିକ ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ଊଦବୋଧିତ କରିଛନ୍ତି ।ଦେଶକୁ ସ୍ବାଧୀନତା ଆଣିବାରେ ଗାନ୍ଧିଜୀଙ୍କ ଅପୂର୍ବ ତ୍ୟାଗ ଓ ପୁର୍ବତନ ପ୍ରଧାନ ମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ସଚ୍ଚୋଟ ଦେଶପ୍ରେମ ତ୍ୟାଗ ଅବିସ୍ମରଣୀୟ ବୋଲି ସେମାନେ କହିଥିଲେ। ଶିକ୍ଷକ ଟିକେଇ ଦଳାଇ, ଅଙ୍ଗନବାଡ଼ି କର୍ମୀ ସ୍ଵପ୍ନାରାଣୀ ସିଂ, କମିଟି ଅଧ୍ୟକ୍ଷ ପ୍ରମୋଦ ସେଠୀ, ଶିକ୍ଷୟିତ୍ରୀ ରୋଜାଲିନ ମହାରଣା ଯୋଗଦେଇ ଦୁଇ ମହାପୁରୁଷଙ୍କ ଜୀବନାଦର୍ଶ ଉପରେ ଆଲୋକପାତ୍ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏଥିରେ ଉପସ୍ଥିତ ରହି ଜୟନ୍ତୀରେ ସାମିଲ ‌ହୋଇଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧୦/୨୦୨୫----୬,୪୫ Sakhigopal News,6/10/2025

Blog Archive

Popular Posts