Breaking News

ସାକ୍ଷୀଗୋପିନାଥ ଦେବଙ୍କ ସମ୍ପତି ଶାଗମାଛ ଦରରେ ବିକ୍ରୟ ପାଇଁ ମସୁଧା, ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ

 

ସାକ୍ଷୀଗୋପାଳ--- ଶ୍ରୀ ସତ୍ୟବାଦୀ ଗୋପିନାଥ ଦେବଙ୍କ ମୁଲ୍ୟବାନ ଜମିକୁ ଶାଗମାଛ ବା ବହୁ କମଦରରେ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ କରାଯାଇଛି । ଏହାକୁ ପୁର୍ନବାର ବିଚାର କରିବା ପାଇଁ ସାକ୍ଷୀଗୋପାଳର ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ କରାଯିବା ସହ ସାମ୍ବଦିକ ସମ୍ମଳନୀ କରାଯାଇଛି । ସୁଚନା ଯୋଗ୍ୟ କି ସାକ୍ଷୀଗୋପାଳରେ ଓଡିଆ ବିଶ୍ୱିବିଦ୍ୟାଳୟ କରାଯିବା ପାଇଁ ଯେଉଁପରି ଭାବେ ବିଭିନ୍‌ନ ସଂଗଠନ ଦାବି କରି ସଫଳ ହୋଇଥିଲେ । ପୂର୍ବତନ ସରକାରଙ୍କ ସମୟରେ ପ୍ରାୟ  ୯ଏକରରୁ କିଛି ଅଧିକ ଜମିକୁ ସେ ସମୟରେ ୧୧କୋଟିରୁ ଅଧିକ ଟଙ୍କାରେ ବିକ୍ରୟ କରାଯାଇଥିଲା । ସେହିପରି ଓଡିଆ ବିଶ୍ୱବିଦ୍ୟାଳୟ କୁ ଲାଗିକି ଥିବା ସାକ୍ଷୀଗୋପିନାଥ ଦେବଙ୍କ ନାମରେ ଥିବା ସତ୍ୟବାଦୀ ତହସିଲର ବିରରାମଚନ୍ଦ୍ରପୁର ମୌଜାର ଖାତାନଂ- ୩୭୩ ପ୍ଳଟନଂ- ୫୦୦୯,୪୯୭୨,୪୯୭୩,୪୯୭୪ ଓ ୪୯୭୫ ଏହି ୫ଗୋଟି ପ୍ଳଟର ୬,୪୭୦ ଏକର ମଧ୍ୟରୁ ଅଧିକ ଜମି ବଗାୟତ ରହିଛି । ଏହି ଜମିକୁ ୨୭ ଲକ୍ଷ ଟଙ୍କାରେ ବିକ୍ରୟ କରିବା ପାଇଁ ଦେବତ୍ତର ବିଭାଗ ପକ୍ଷରୁ ନିର୍ଦ୍ଦେଶ କରାଯାଇଛି । ଏହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ମନ୍ଦିରର ସୁରକ୍ଷା ଓ ଆଧ୍ୟାତ୍ମିକ ପୁରାତନ କ୍ଷେତ୍ରର ରକ୍ଷଣା ବେକ୍ଷଣ ଓ ଉତ୍ତମ ପରିଚାଳନା ରାଜ୍ୟ ସରକାରଙ୍କ ଉପରେ ନ୍ୟତ୍ସ ରହିଛି । ଠାକୁରଙ୍କ ସ୍ୱାର୍ଥକୁ ଅଣଦେଖା କରି କରାଯାଇଥିବା ଏଭଳି ଆଦେଶର ପୁର୍ନବିଚାର କରିବା ସହ ଉଚିତ ବଜାର ଦରରେ ବିକ୍ରୀ କରିବା ପାଇଁ ଆଦେଶ କରିବାକୁ  ସତ୍ୟବାଦୀର ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ହିନ୍‌ୁ ଦେବୋତ୍ତର କମିଶନର ଓଡିଶା ଭୁବନେଶ୍ୱରଙ୍କୁ ନିବଦେନ କରାଯାଇଛି । ଯଦି ଏହା ପୁର୍ନବିଚାର ନ କରାଯାଏ ତା ହେଲେ ଆନ୍ଦେଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାର ଏକକିତା ନକଲ ରାଜ୍ୟପାଳ, ମୁଖ୍ୟ ବିଚାରପତି, ଉଚ୍ଚ ନ୍ୟାୟଳୟ, ମଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ମୁଖ୍ୟସଚ୍ଚିବ, ଆଇନସଚ୍ଚିବ, ସହକାରୀଦେବତ୍ତର କମିଶନର ପୁରୀ ଲୋକସଭା ସଦସ୍ୟ, ପୁରୀ ଜିଲାପାଳ, ସତ୍ୟବାଦୀ ବିଧାୟକ, ସାକ୍ଷୀଗୋପିନାଥ ଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ମାନଙ୍କୁ ଡାକଯୋଗେ ପତ୍ର ପ୍ରେରଣ କରାଯାଇଛି । ଯଦି ଜମି ବିକ୍ରୟକୁ ସ୍ଥଗିତ ନ ରଖାଯାଏ ତା ହେଲେ ଆଗାମୀ ଦିନରେ ରାଜରାସ୍ତା ଉପରେ ଆନ୍ଦୋଳନ କରାଯିବ ବୋଲି  ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ବିନାୟକ ମହାନ୍ତି, ସୁଶାନ୍ତ କୁମାର ରଥ, ସମାଜସେବୀ ସତ୍ୟବାଦୀ ଦାଶ, ରବୀନ୍ଦ୍ରନାଥ ଷଡଙ୍ଗୀ, ବିଶ୍ୱନାଥ ମହାପାତ୍ର, ପ୍ରଶାନ୍ତ କୁମାର ନାୟକ, ଦେବତିକ୍ତ ମିଶ୍ର, ଅଶୋକ ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ସାମ୍ମାଦିକ ସମ୍ମଳନୀରେ ମତ ପ୍ରକାଶ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୦/୨୦୨୫---୭.୧୫   Sakhigopal News, 3/10/2025

Blog Archive

Popular Posts