ତ୍ରିଲୋଚନପୁରରେ ଦଶହରା ଉତ୍ସବ ମହାସମାରୋହରେ ପାଳିତ
କଣାସ --- କଣାସ ବ୍ଲକ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ତ୍ରିଲୋଚନପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ମା ଦୁର୍ଗାଙ୍କ ଷୋଳପୂଜା ମହାସମାରୋହରେ ପାଳିତ ହୋଇଥିବା ବେଳେ ଆଜି ଦଶହରା ଉତ୍ସବ ଜାକଜମକରେ ପାଳିତ ହେଉଥିବା ଜଣାପଡିଛି । ମା ଦୁର୍ଗା ଆଠଦିନ ଧରି ମନ୍ଦିରରେ ପୂଜା ଅର୍ଚ୍ଚନା ପାଉଥିବା ବେଳେ ଆଠଦିନ ଧରି ସୁସଜ୍ଜିତ ବିମାନରେ ବିରାଜମାନ କରି ଗ୍ରାମ୍ୟ ଭ୍ରମଣ କରି ଘଣ୍ଟ, ଘଣ୍ଟା, ପେହଁକାଳୀ, ବାଦ୍ୟ ଧ୍ୱନି ମଧ୍ୟରେ ଦୂଆରି ଭୋଗ ଖାଇଥିଲେ । ଆଜି ଦଶହରା ଉପଲକ୍ଷେ ମା ସୁସଜ୍ଜିତ ବିମାନରେ ଗ୍ରାମ୍ୟ ପରିକ୍ରମା କରି ଭୋଗ ଖାଇବା ସମୟରେ ପ୍ରତି ପରିବାରର ଦୁଆରେ ବିଭିନ୍ନ ରଂଗବେରଂଗର ଆଲୋକ ସଜା ହୋଇଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ସେମାନେ ଦଶହରା ପାଇଁ ଆଜି ଗ୍ରାମରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩/୧/୨୨୫---୭,୧୦ Sakhigopal News, 3/10/2025