ଦୁଇ ଜୁଆଡି ଗିରଫ, ଟଙ୍କା ଓ ମୋବାଇଲି ଜବତ
ସାକ୍ଷୀଗୋପାଳ--- ଅପରାଧୀଙ୍କ ବିରୁଦ୍ଧରେ ପୁରୀ ପୁଲିସ ଏବେ କଡା ନଜର ରଖିଛି । ଏହି କ୍ରମେ ସତ୍ୟବାଦୀ ପୋଲିସ ସବ ଇନ୍ସପେକ୍ଟର ସୁକାନ୍ତ ମୁର୍ମଙ୍କ ନେତୃତ୍ୱରେ ପୁଲିସ ଟିମ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ ବରାଳ ଗ୍ରାମ ଦୋଳବେଦୀ ଉପରେ ଜୁଆ ଖେଳ ହେଉଛି । ସଙ୍ଗେ ସଙ୍ଗେ ପୁଲିସ ଟିମ ଚଡାଉ କରିବା ସମୟରେ ଦୁଇଜଣଙ୍କୁ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮୧୪୦ ଟଙ୍କା ତାସ ଓ ଦୁଇଟି ମୋବାଇଲି ପୁଲିସ ଜବତ କରିବାରେ ସକ୍ଷମ ହୋଇଛି । ଅନ୍ୟ ତିନିଜଣ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ୫ଜଣ ଜୁଆ ଖେଳୁଥିବା ବେଳେ ତିନି ଜଣ କିପରି ଫେରାର ହେଲେ ଦୁଇଜଣଙ୍କୁ ପୁଲିସ ଗିରଫ କଲା । ସତ୍ୟବାଦୀ ପୋଲିସ ସେମାନଙ୍କୁ ଛାଡି ଦେଲା ନା ସେମାନେ ପଳାଇଲେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ର ବିଷୟ ହୋଇଛି। ଗିରଫ ହୋଇଥିବା ଦୁଇ ଜୁଆଡିଙ୍କ ନାମ ହେଲା ପ୍ରଶାନ୍ତ ବେହେରା ଓବିଜୟ କୁମାର ମହାପାତ୍ର ବୋଲି ସତ୍ୟବାଦୀ ଥାନା ଅଧିକାରି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୪/୧୦/୨୦୨୫--୭,୧୦ Sakhigopal News---4/10/2025