Breaking News

ଗ୍ୟାସ୍ ବିତରକ କେନ୍ଦ୍ରରେ ଅନିୟମିତତା ଅଭିଯୋଗ ,ଗ୍ୟାସ ନେବା ପାଇଁ ଉପଭୋକ୍ତାଙ୍କ ଲାଗୁଛି ଲମ୍ବା ଲାଇନ





ଜଟଣୀ :- ସ୍ଥାନୀୟ ‘ହିନ୍ଦୁସ୍ତାନ ଗ୍ୟାସ " ଏଜେନ୍ସି ନାମରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଉପଭୋକ୍ତା। ସୂଚନା ମୁତାବକ ଗ୍ରାହକମାନେ ଅନ୍‌ ଲାଇନ ମାଧ୍ୟମରେ ଗ୍ୟାସ ବୁକିଂକରି ୮୭୯ ଟଙ୍କା ପୈଠ କରି ମେସେଜ୍ ଆସିଲା ପରେ ଖାତାଧାରୀ ଗ୍ୟାସ ଏଜେନ୍ସିପାଖକୁ ଗ୍ୟାସ ଆଣିବା ପାଇଁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥୁବା ଜଣାପଡ଼ିଛି । ଗ୍ୟାସ ହିତାଧୁକାରୀମାନେ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଅତିବାହିତ ପରେ ଆଜି ପାଇଁ ଗ୍ୟାସ ସରିଗଲା କହି କର୍ମଚାରୀ ଫେରାଇଦିଅନ୍ତି । ଏଠି ପ୍ରଶ୍ନ ଉଠେ ଦୈନିକ କେତେଜଣ ଗ୍ରାହକ ଅନଲାଇନରେ ବୁକିଙ୍ଗ କରୁଛନ୍ତି ତାହାର ହିସାବ କ’ଣ ଏଜେନ୍ସି ପାଖରେ ନ ଥାଏ ? ଏଠି ଆହୁରି ପ୍ରଶ୍ନଉଠେ ଯଦି ସହରରେ ଖାଉଟିମାନଙ୍କୁ ଗ୍ୟାସ ଯୋଗାଇବାରେ ଏଜେନ୍ସି ଫେଲ ମାରୁଛି ତେବେ ସହରରେ ଥିବା ଛୋଟ ବଡ଼ ହୋଟେଲ ରେଷ୍ଟୁରାଣ୍ଟ,ଗ୍ୟାସ ମରାମତି ତଥା ଗ୍ୟାସ ଫିଲିଙ୍ଗ ଦୋକାନୀମାନେ ଦିନକୁ ୧୦ରୁ ୧୫ ଗ୍ୟାସ ପାଉଛନ୍ତି କିପରି ?। ସେମାନଙ୍କୁ ଯୋଗାଉଛିକିଏ ? । ହୋଟେଲ ମାଲିକ, ଗ୍ୟାସ ଫିଲିଙ୍ଗ ଦୋକାନୀଙ୍କ ପାଖରେ ନିଜ ନାମରେ ଚଞ୍ଚକତା କରି କେତୋଟି ଗ୍ୟାସ କାର୍ଡ ରଖି ଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି।
ଅନ୍‌ଲାଇନରେ ବୁକିଂ କଲେ ୮୭୯ଟଙ୍କା ପୈଠ କରିବାକୁ ହୁଏ। ଏଜେନ୍ସି ଏହି ଗ୍ୟାସକୁ ବାହାରେ ଦୋକାନୀମାନଙ୍କୁ ନିଜର ଗ୍ୟାସ୍ ବିତରକ କର୍ମଚାରୀଙ୍କ ଦ୍ଵାରା ଗୋଟିଏ ଗ୍ୟାସପିଛା ୧୨୦୦ ଟଙ୍କାରେ ବିକ୍ରି କରିଥାନ୍ତି ବୋଲି ଗ୍ରାହକ ଅଭିଯୋଗ ଆଣିଛନ୍ତି । ଗୋଟିଏ ଗ୍ୟାସ ପ୍ରତି ୩୨୧ ଟଙ୍କା ରୋଜଗାର କଲେ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୁନଫାକମାଇଥାଏ ଏଜେନ୍ସି। ତେଣୁ ଉପଭୋକ୍ତାଙ୍କ କଥା ବିଚାରକରେ କିଏ ? । ଏହି ଗ୍ୟାସ ଏଜେନ୍ସି ମାଧ୍ୟମରେ ୩୦ରୁ ଊର୍ଦ୍ଧ୍ୱ ଘରୋଇ ଗ୍ୟାସ ବିତରକ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନେ ଗ୍ୟାସ ନେଇ ଉପଭୋକ୍ତା ଙ୍କ ଘରେ ପହଞ୍ଚାଇ ୩୦ ଟଙ୍କା ନିଜର ପ୍ରାପ୍ୟ ନେଇଥାନ୍ତି। କିନ୍ତୁ ଦୁଃଖର ବିଷୟ ଏହି କର୍ମଗରୀମାନେ ଦୀର୍ଘ ଦିନ କାମକରି ମଧ୍ଯ ତାଙ୍କ ନାମରେ ଇପିଏଫ୍ ନା ଇଏସ୍ଆଇ ନଥିବା ଏଜେନ୍ସି କର୍ମଚାରୀ ପ୍ରକାଶ କରିଛନ୍ତି । ଯାହାଫଳରେ ସେମାନେ କୌଣସି ମୌଳିକ ସୁବିଧା ମାଲିକଙ୍କ ଠାରୁ ପାଇନଥାନ୍ତି। କାମ ବେଳେ କୌଣସି ଏଜେନ୍ସି ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟେ, ତେବେ ସେମାନେ ନିଜସ୍ଵ ଚେଷ୍ଟାରେ ନିଜର ଚିକିତ୍ସା କରାଇଥାନ୍ତି । କିନ୍ତୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ କାହାର ନଜରନାହିଁ । ୨୦୦୫ ମସିହାରୁ ଦିବ୍ୟାଙ୍ଗ ନାରୀ ମମତାଅଗ୍ରୱାଲଙ୍କ ନାମରେ ଗୃହଲକ୍ଷ୍ମୀ ଏଜେନ୍ସି କାର୍ଯ୍ୟ କରୁଥିବା ବିଶେଷ ସୂତ୍ରରୁ ପ୍ରକାଶ ପରେ ଅନ୍ୟ ଏକ ହିନ୍ଦୁସ୍ଥାନ ଗ୍ୟାସ ଏଜେନସି ନାମରେ ଦୁଇଟି ଏଜେନ୍ସି କାର୍ଯ୍ୟକାରୀ ହେଉଥିଲା l ପରବର୍ତ୍ତୀ ସମୟରେ ଦୁଇଟି ଏଜେନ୍ସି ଗୋଟିଏ ହିନ୍ଦୁସ୍ତାନ ଏଜେନ୍ସିରେ ପରିଣତ ହେଲା l ଏଜେନ୍ସି ମହାଶୟ ଏହାକୁ ପରିଚାଳିତ କରିବାପାଇଁ ଅନ୍ୟ ଜଣଙ୍କୁ ଭଡା ସୂତ୍ରରେ ଦେଇ ମାଲିକ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହେଉଛି l ଜଟଣୀ ପୌରାଞ୍ଚଳରେ ୪ଲକ୍ଷ ୫୦ହଜାରଅଧିବାସୀ ବସବାସ କରନ୍ତି। ଆଧୁନିକ ଯୁଗରେ ଗ୍ୟାସ ଚୁଲାର ବ୍ୟବହାର ବଢିଥିବା ସ୍ଥଳେ ଗ୍ୟାସ ଏଜେନ୍ସି କେବଳ ଜଣଙ୍କୁ  ଏଜେନ୍ସି ଦେବା କେତେଦୂର ଯଥାର୍ଥ ଚିନ୍ତାର ବିଷୟ । ସହରରେ ଗ୍ୟାସ ଉପଭୋକ୍ତାଙ୍କ ସଂଖ୍ୟା ୩୦ ରୁ ୪୦ ହଜାର ଥିବା ବେଳେ କେଉଁ ଆଧାରରେ ଗୋଟିଏ ୬ ଚକିଆ ଗାଡ଼ିରେ ମାତ୍ର ୩୨୪ ଟି ସିଲିଣ୍ଡର ଆସୁଥିବା ସୂଚନା l ସେଥିରୁ ୧୦୦ରୁ ୧୫୦ ସିଲିଣ୍ଡର ଉପଭୋକ୍ତାଙ୍କୁ ଯୋଗାଣ ପରେ ବଳକା ସିଲିଣ୍ଡର ବେନିୟମ ଭାବେ ଚଢ଼ା ଦରରେ ବିଭିନ୍ନ ରେଷ୍ଟୁରାଣ୍ଟ, ହୋଟେଲ, ଗ୍ୟାସ ଫିଲିଙ୍ଗ ଦୋକାନ ମାନଙ୍କୁ ଯୋଗାଉଥିବା ଅଭିଯୋଗ ହେଉଛି l ପ୍ରକୃତ ପଖେ ଆସୁଥିବା  ସମସ୍ତ ଗ୍ୟାସ ଉପଭୋକ୍ତା ସୁବିଧା ପାଇପାରନ୍ତେ ତେବେ ଉପକାର ପାଇପାରନ୍ତେ l ବୁଦ୍ଧିଜୀବୀଙ୍କ ମତରେ ଗ୍ୟାସ ଏଜେନ୍ସି ବେନିୟମ କାର୍ଯ୍ୟରେ ଲିପ୍ତ ନ ରହି ଉପଭୋକ୍ତାଙ୍କ ସେବାରେ ନିୟୋଜିତ ରହିବାକୁ ଦାବି କରିଛନ୍ତି l ବର୍ତ୍ତମାନର ରାଜ୍ୟ ସରକାର ଏଥୁପ୍ରତି  ଦୃଷ୍ଟି ଦେଇଗ୍ୟାସ ବିତରକ ଏଜେନ୍ସି ବଢାଇବା ପାଇଁ ବୁଦ୍ଧିଜୀବୀଙ୍କ ମତ। ହିନ୍ଦୁସ୍ତାନ ଗ୍ୟାସ ଏଜେନ୍ସି ଉପରେ ତଦାରଖ ସହ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ସତ୍ୟତା ବାହାର କରିବା ପାଇଁ ସାଧାରଣରେ ଦାବି ହୋଇଛି । ନଚେତ ସାଧାରଣ ଜନତା ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଜଟଣୀ ରୁ ରଙ୍ଗନାଥ ମିଶ୍ରଙ୍କ ରିପୋର୍ଟ,୧୦/୧୦/୨୦୨୫-----୧୨,୧୦ Sakhigopal News,10/10/2025

Blog Archive

Popular Posts