ଅନ୍ତ୍ୟୋଦୟ ଗୃହ ଯୋଜନା ସହ ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭର୍ତ୍ତା ନୂତନ ରାଶନ କାର୍ଡ ବଣ୍ଟନ ମେଳା
ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକ ପରିସରରେ ବିଜେପି ସରକାର ପ୍ରାୟ ୧୭ ମାସ ପରେ ଅନ୍ତ୍ୟୋଦୟ ଗୃହ ଯୋଜନା ସହ ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭର୍ତ୍ତା ନୂତନ ରାଶନ କାର୍ଡ ବଣ୍ଟନ ମେଳା କରିଛନ୍ତି । ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପୁରୀ ସାଂସଦ ଡ, ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବିଡିଓ ଦେବାଶିଷ ନାୟକଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ସଭ୍ୟା ବିଷ୍ଠୁପିୟା ବରାଳ ପ୍ରମୁଖ ଯୋଗ ଦେଇ ବଣ୍ଟନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଡିଓ ଶ୍ରୀ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସାଂସଦ ଶ୍ରୀ ପାତ୍ର କହିଥିଲେ ଯେ ବିଜେପି ସରକାର ନିର୍ବାଚନ ଆଗରୁ ଦେଇଥିବା ପ୍ରତିଶୃୁତି ଏବେ ସତ୍ୟବାଦୀ ବ୍ଳକରେ ପାଳନ କରିବା ଆରମ୍ଭ କରିଛି । ଆଗକୁ ବହୁ ଜନହିତକର କାର୍ଯ୍ୟ କରିବାକୁ ଯାଉଛି ବୋଲି କହିଥିଲେ । ସେହିପରି ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ପୂର୍ବସରକାର ଯେଉଁ କାର୍ଯ୍ୟ କରିଛି ତାକୁ ସଜାଡିବାକୁ ଆମ ସରକାରଙ୍କୁ ଏତେ ଦିନ ଲାଗିବା ସହ ଆମର ମୁଣ୍ଡ ଚନ୍ଦା ହୋଇଗଲାଣି । ତଥାପି ଆମେ ନିର୍ବାଚନରେ ଦେଇଥବା ପ୍ରତିଶୃୁତି ନିଶ୍ଚୟ ପାଳନ କରିବୁ ଏଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଆମକୁ କିଛି ସମୟ ଲାଗିବ ସେଥିପାଇଁ ଆମକୁ କଷ୍ଟ ହେଉଛି ବୋଲି ବିଧାୟକ କହିଥିଲେ । ଆଜି ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ବିଧବା, ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭର୍ତ୍ତା ୧୮୬ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ବୋଲି ବ୍ଳକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିକାଶ ଅଧିକାରୀ ମୋନିକା ଦାଶଙ୍କ ଠାରୁ ସୁଚନା ମିଳିଛି । ସେହିପରି ବ୍ଳକ ଯୋଗାଣ ଅଧିକାରୀ ଦେବଜ୍ୟୋତି ଦାଶ ସୁଚନା ଦେଇଥିଷଲ ଯେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ୧୬୧ ଜଣଙ୍କୁ ନୂତନ କରି ରାଶନ କାର୍ଡ ପ୍ରଦାନ କରାଯାଇଛି । ସେହିପରି ଅନ୍ତ୍ୟୋଦୟ ଗୃହ ଯୋଜନା ଅଧିକାରୀ ଦେବାଶିଷ ପତ୍ରି କହିଥିଷଲ ଯେ ୧୮୩ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ସାଂସଦ ଓ ବିଧାୟକ ନିଜ ହାତରେ ଦେଇଥିଲେ । ଶେଷରେ ବିଧାୟକ କହିଥିଲେ ଯେ ଏହିପରି ମେଳା କରାଯାଇ ସମସ୍ତଙ୍କ ଉପସ୍ଥିତିରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ସାମିଲ ହେଉଥିବା ହିତାଧିକାରୀ ମାନଙ୍କୁ ପ୍ରମାଶପତ୍ର ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୦/୨୦୨୫---୫,୧୦ Sakhigopal News, 15/10/2025