Breaking News

ଗୋପବନ୍ଧୁଙ୍କ ଜୟନ୍ତୀରେ ଐତିହ୍ୟ ସୁଆଣ୍ଡୋ ଗ୍ରାମରୁ ବିଜେଡିର ପଦଯାତ୍ରା ଆରମ୍ଭ , ପଦଯାତ୍ରାରେ ହଜାର ହଜାର ମହିଳା ପୁରୁଷ କର୍ମୀ ଯୋଗଦେଲେ




ସାକ୍ଷୀଗୋପାଳ-----  ଆଜି ହେଉଛି ସେହି ପବିତ୍ର ପଣ୍ଡିତ  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅବସରରେ ସତ୍ଯବାଦୀରୁ  ପୂର୍ବତନ ବିଜେଡି ସରକାର ପଦଯାତ୍ରା ଆରମ୍ଭ କରିଛି । ବର୍ତ୍ତମାନ ର ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଓ ଅଭିଯୋଗ। ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି। ମହିଳାଙ୍କୁ ପ୍ରତାରଣା ଓ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା। ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ମସୁଧା କରିଛି ଏ ସରକାର। ସମସ୍ୟାରେ ଜର୍ଜରିତ ହେଲେଣି ଚାଷୀ, ଯୁବକ ଓ ଛାତ୍ରଛାତ୍ରୀ। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ପରି ଅନେକ ପ୍ରସଙ୍ଗରେ ଛନ୍ଦି ହେଲେଣି ସରକାର । ଦୁଇବର୍ଷ  ହୋଇନି ଏ ସରକାରଙ୍କୁ ମାତ୍ର ବିଫଳତା ରିଲ ରିଲ କାଗଜ । ଏହି ବିଫଳତା କୁ ନେଇ  ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବା ଆରମ୍ଭ କରିଛି ବିଜୁ ଜନତା ଦଳ। ସେହିପରି ନବୀନ ସରକାରଙ୍କ ସମୟର ସଫଳତା ନେଇ ବି ଲୋକଙ୍କ ପାଖକୁ ଯିବ ବିଜେଡି। ଏଥିପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ସତ୍ଯବାଦୀରୁ ପଦଯାତ୍ରା ଆରମ୍ଭ କରିଛି ବିଜେଡି। ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ବିଜେଡି ଜନସଚେତନତା ଓ ପଦଯାତ୍ରା ଆରମ୍ଭ ହୋଇଛି। ପ୍ରଥମେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିବା ପରେ ବିଜେଡି ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର,ନୟାଗଡ଼ ବିଧାୟକ ଅରୁଣ ସାହୁ,ପୁରୀ ବିଧାୟକ ସୁନିଲ ମହାନ୍ତି,ନିମାପଡା ଯୁବ ନେତା ସୁବ୍ରତ ଛାଟୋଇ ,ବରିଷ୍ଠ ନେତା ସଂଜୟ ଦାସ ବର୍ମା,ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟନାୟକ,ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା,ରାଜ୍ୟ ସମ୍ପାଦକ ଅମରେଶ ପତ୍ରି,ମହିଳା ରାଜ୍ୟ ସମ୍ପାଦିକା କସ୍ତୁରୀ ସ୍ୱାଇଁ,ବ୍ଲକ ସଭାପତି  ପ୍ରମୋଦ ରାଉତରାୟ,ବ୍ଲକ ମହିଳା ସଭାପତି ପୁଷ୍ପାଞ୍ଜଳି ବିଶ୍ୱାଳ,ବ୍ଲକ ମହାସଙ୍ଘର ଇସି ସଦସ୍ୟଙ୍କ ସହ ମିଶନ ସକ୍ତିର ମହିଳା,ନିର୍ବାଚନ ମଣ୍ଡଳୀର ବିଜେଡି ସମର୍ଥିତ  ନିର୍ବାଚିତ ଜନ ପ୍ରତିନିଧି ଙ୍କ ସହ ବିଜେଡି ର ହଜାର ହଜାର  କର୍ମୀ ମାନେ ଏହି ପଦଯାତ୍ରା ରେ ଯୋଗଦେଇଥିଲେ।ପରେ ପରେ ମୋଟର ସାଇକେଲରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରି ପୁରୀ ଭୁବନେଶ୍ବର ଜାତୀୟ ରାଜ୍ୟପଥ  ପଟ୍ଟନାୟକିଆ ଛକରୁ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଏଁ ଯାଇଥିଲା ପଦଯାତ୍ରା।  ବିଜେଡିର ସମସ୍ତ ନେତା ଓ କର୍ମୀ।ସୁଆଣ୍ଡୋ ସ୍ଥିତ ପାର୍କରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେବା ସହ ମାଲ୍ୟାର୍ପଣ କରିଥିଲେ । ଏକ ସାଧାରଣ ସଭାରେ ଯୋଗଦେଇଥିବା ନେତା ମାନେ ନବୀନ ସରକାରଙ୍କ ଏହି ଗ୍ରାମ ପ୍ରତି ଅବଦାନ ଅଞ୍ଚଳ ପ୍ରତି ଅବଦାନ ବିଷୟରେ ସୂଚନା ଦେଇଥିଲେ । ନବୀନ ସରକାରଙ୍କ ସମୟରେ ପ୍ରଣୟନ ହୋଇଥିବା ଜନ ମଙ୍ଗଳକାରୀ ଯୋଜନା ବାବଦରେ  ସମସ୍ତ ଜନସାଧାରଣ ଙ୍କୁ ଜଣାଇଥିଲେ।ଏହି ପ୍ରକ୍ରିୟା ଆଗାମୀ ଦିନରେ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରାଯିବ ବୋଲି  ବିଜେଡି ର ପୁରୀ ଜିଲ୍ଲାର ସଭାପତି ତଥା ସତ୍ଯବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ସୂଚନା ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧୦/୨୦୨୫----୮,୪୫ Sakhigopal News,9/10/2025

Blog Archive

Popular Posts