Breaking News

ଯୁବକକୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ଗିରଫ


ଭଞ୍ଜନଗର, --- ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଞ୍ଚଳରେ ଯୁବକକୁ ଆକ୍ରମଣ କରିବା ଅଭିଯୋଗରେ ଜଣଙ୍କୁ ତାରସିଂ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ନେବାରେ ଜଣାପଡିଛି କୋକଳବା ଗ୍ରାମର ମନୁ ପ୍ରଧାନ ଗତମାସ ୬ ତାରିଖ ଦିନ ଗ୍ରାମ ଛକ ନିକଟରେ ବସିଥ‌ିବା ବେଳେ ଗୋଟିଏ କାର୍‌ରେ କିଛି ଦୁବୃର୍ଭ ଆସି ତାକୁ ଜୋର ଜବରଦସ୍ତ ଗାଡିରେ ବସାଇ ଏକ ବୁଦା ନିକଟକୁ ନେଇ ଗାଳି ଗୁଲଜ  ଦେବା ସହ ମାରପିଟ୍ କରିଥିଲୋ । ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ସେମାନେ ଚାଲିଯାଇଥିଲେ । ପରେ ସେ ସଲପତଇଲା ଛକକୁ ଆସିବା ପରେ ସ୍ଥାନୀୟ ଲେକଙ୍କ ସହାୟତାରେ ରେ ମେଡିକାଲକୁ ଯାଇଥିଲୋ ।ଘଟଣାକୁ ନେଇ ମନୁ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲୋ ।ଅଭିଯୋଗକୁ ଭିତ୍ତି କରି ପୁଲିସ୍ କେସ୍ ନମ୍ବର ୩୩୩/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୋକଳବା ଗ୍ରାମର ରା ଜେଶ କୁମାର ପ୍ରଧାନକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି । ତାଙ୍କ ନିକଟରୁ ବ୍ୟବହୁତ  କାର୍ଓ ଖଣ୍ଡା ଜବତ ହେଇଥିବା ଥାନାଧିକାରୀ ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୧୦/୨୦୨୫---୯,୨୦ Sakhigopal News,8/10/2025

Blog Archive

Popular Posts