କଣାସରେ ପାଠାଗାର ଉଦ୍ଘାଟିତ
କଣାସ -- ପୁରୀ ଜିଲ୍ଲାର କଣାସ ବ୍ଲକ ଚିଲିକା ଉପକୂଳରେ ଅବସ୍ଥାପିତ ହୋଇଥିବା ବେଳେ, ଏହା ଏକ ଅନୁନ୍ନତ ଅଂଚଳ ଭାବେ ସରକାରୀ ନଥିପତ୍ରରେ ରହିଛି । ଏହି ଅଂଚଳର ପିଲାମାନେ ବିଭିନ୍ନ ପ୍ରତିଦୋନ୍ଦିତା ମୂଳକ ପରୀକ୍ଷା ପାଇଁ ସହରକୁ ଯାଇ ବିଭିନ୍ନ ପାଠାଗାରାରେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଆଜି କଣାସ ବ୍ଲକ ନିକଟରେ ସାଧନାଗାର (ପାଠାଗାର) ଉଦ୍ଘାଟନ ହୋଇଯାଇଛି । କଣାସ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗୋବର୍ଦ୍ଧନ ବେହେରା ଏହି ପାଠାଗାରାକୁ ଉଦ୍ଘାଟନ କରିଥିବା ବେଳେ ମହାନ୍ତ ବନମାଳୀ ଦାସ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରୂପାଶ୍ରୀ ଛଟୋରାୟ, ଜଙ୍କିଆଗଡସାହି ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ମହାପାତ୍ର, କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଲେଖା ମହାପାତ୍ର, ଶିକ୍ଷାବିତ୍ ବିଭୂତି ଭୂଷଣ ପଟ୍ଟନାୟକ ଉପସ୍ଥିତ ରହି ଅଂଚଳର ଯୁବକମାନଙ୍କୁ ଏହି ପାଠାଗାରା ବହୁତ ସହାୟକ ହେବବୋଲି ସୂଚନା ଦେଇଥିଲେ । କଣାସ ଅଂଚଳର ସମସ୍ତ ଯୁବକ, ଯୁବତୀମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପୂର୍ବପ୍ରସ୍ତୁତି ପାଇଁ ସମସ୍ତ ପୁସ୍ତକ ଏହି ପାଠାଗାରରେ ଉପଲବ୍ଧ ହେବ ବୋଲି ପାଠାଗାର ପ୍ରତିଷ୍ଠାତା ତଥା ପି.ଏସ୍.କ୍ୟାରିୟରର ପ୍ରତିଷ୍ଠାତା ଶୁଭାଷିଶ ପହାନ୍ତାସିଂହ ସୂଚନା ଦେଇଛନ୍ତି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩/୧/୨୨୫---୭,୧୦ Sakhigopal News, 3/10/2025