ମା’ କୁଞ୍ଜେଶ୍ୱରୀଙ୍କ ଷୋଳପୂଜା ଉଦ୍ଯାପିତ
କଣାସ- ସାରା ରାଜ୍ୟରେ ମା’ଙ୍କ ଷୋଳପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକର ଗାଁଗହଳିରେ ଥିବା ମା’ଙ୍କ ମନ୍ଦିରରେ ଷୋଳପୂଜା ଉତ୍ସବ ୧୬ଦିନ ଧରି ଅନୁଷ୍ଠିତ ହେବାପରେ ଆଜି ଉଦ୍ଯାପିତ ହୋଇଯାଇଛି । କଣାସ ଅଂଚଳର ଆରାଧ୍ୟ ଠାକୁରାଣୀ କଣାସ ଠାରେ ପ୍ରତିଷ୍ଠିତ ମା କୁଞ୍ଜେଶ୍ୱରୀ ଷୋଳପୂଜା ମଧ୍ୟ ୮ଦିନ ଧରି ମନ୍ଦିରରେ ପୂଜା ପାଉଥିବା ବେଳେ ୮ଦିନ ଧରି କାଠିଦିଅଁ ଭାବେ ମନ୍ଦିର ବେଢାରେ ତିନିଦିନ ଓ ୧୬ଖଣ୍ଡ ଗ୍ରାମକୁ ୫ଦିନ ଦୁଆରି ଭୋଗ ଖାଇବା ପରେ ଅଷ୍ଟମୀ ପୂଜା କରାଯାଇ ଆଜି ଦଶମି ତିଥିରେ ମାଙ୍କ ପୂଜା ଅର୍ଚ୍ଚନା କରାଯିବା ପରେ ଷୋଳପୂଜା ଉଦ୍ଯାପିତ ହୋଯାଇଛି । ସେହିପରି ଡିମିରି ମା ହରଚଣ୍ଡି ମନ୍ଦିରରେ ଷୋଳପୂଜା ଅନୁଷ୍ଠିତ ହୋଇଥିଲା । ଅନେକ ଗ୍ରାମରେ ୮ପୂଜା ମଧ୍ୟ କରାଯାଇଥିବାଇ ଦେଖିବାକୁ ମିଳିଥିଲା । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩/୧/୨୨୫---୭,୧୦ Sakhigopal News, 3/10/2025