Breaking News

ଶ୍ରୀରାମଚନ୍ଦ୍ରପୁର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଉଦଯାପିତ




 ସାକ୍ଷୀଗୋପାଳ ---ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ରପୁର କ୍ଲଷ୍ଟର ରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ପାଢ଼ୀ ଙ୍କ ଆହ୍ୱାନ କ୍ରମେ ଓ ସିଆରସିସି ସୁମନ୍ତ କୁମାର ପାଲ ଙ୍କ ନେତୃତ୍ୱ ରେ ଗତ ବୁଧବାର ଦିନ କଳା ସଂସ୍କୃତି ର ଅନନ୍ୟ କାର୍ଯ୍ୟକ୍ରମ ଶିଶୁ ସୁରଭି କାର୍ଯ୍ୟକ୍ରମ ଶ୍ରୀରାମଚନ୍ଦ୍ରପୁର ନୋଡାଲ ଉପ୍ରା ବିଦ୍ୟାଳୟ ରେ ଆୟୋଜିତ ହୋଇଯାଇଛି । କ୍ଲଷ୍ଟର ରେ ଥିବା ମୋଟ ୧୨ ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗ ଡ୍ରଇଂ, ବକୃତା, ହସ୍ତଲିଖନ, ନୃତ୍ୟ, ସଂଗୀତ ଇତ୍ୟାଦି ରେ ଅଂଶ ଗ୍ରହଣ କରି ନିଜ ନିଜ ର ପ୍ରତିଭା ଦେଖାଇଥିଲେ । କାର୍ଯ୍ୟକ୍ରମ ର ଆରମ୍ଭ  ଜଗତ ର ନାଥ ଜଗନ୍ନାଥ ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟ ରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ରାମ ଚନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ସନ୍ଦୀପ କୁମାର ତ୍ରିପାଠୀ,ରଚିତା ମିଶ୍ର, ନେହା ମାମା ପ୍ରଧାନ, ଅମ୍ରିତା ଦାସ, ରୋଜାଲିନ ପଣ୍ଡା, ବିଶ୍ୱଜିତ ପ୍ରଧାନ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୫/୧୦/୨୦୨୫----୮,୪୫ Sakhigopal News,15/10/2025

Blog Archive

Popular Posts