କଣାସ ଅଂଚଳରେ ଦୁଇ ଦନ୍ତାହାତୀଙ୍କ ଉପଦ୍ରବ ; ବ୍ୟାପକ ଧାନ ଫସଲ କ୍ଷତି
କଣାସ -- ପ୍ରତିବର୍ଷ ପରି ଚାଳିତ ବର୍ଷ ମଧ୍ୟ ବରୁଣେଇ ପାହାଡରୁ ଦୁଇଟି ଦନ୍ତା ହାତୀ ଦୁଇଦିନ ହେଲା କଣାସ ଅଂଚଳରେ ଆସି ଆତଙ୍କ ସୃଷ୍ଟି କରୁଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । କଣାସ ବ୍ଲକ ପାଣ୍ଡିଆକେରା ଗ୍ରାମପଞ୍ଚାୟତର ନାନକେରା ଗ୍ରାମରେ ଗତ ୧ତାରିଖ ଦିନ ସଂଧ୍ୟାରେ ଦୁଇଟି ଦନ୍ତାହାତୀ ଆସି ଥୋଡୁଅ ଧାନ ଫସଲ ଗୋଡରେ ଦଳିଚକଟି ଦେବାରୁ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ସେହି ରାତିରେ ପାଖ ଗ୍ରାମ ଶିମିଳିପାଟଣାକୁ ଯାଇ ଧାନଫସଲ କ୍ଷତିଗ୍ରସ୍ତ କରିଥିବା ବେଳେ ଦୁଇ ତାରିଖ ଦିନ ଗଡବଡପୁଟ ଗ୍ରାମକୁ ଯାଇ ବ୍ୟାପକ ଥୋଡୁଅ ଧାନ ଫସଲ ଗୋଡରେ ଦଳି ନଷ୍ଟ କରିଥିବାରୁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିବାସହ କିପରି ଋଣ ପରିଷଦ କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନେ ଧାନ ଫସଲ ପାଇଁ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି ଓ ଗାଁ ମହାଜ ଠାରୁ ଚଢା ସୁଧରେ ଋଣ ଆଣି ଧାନ ଫସଲ କରିଥିଲେ । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩/୧/୨୨୫---୭,୧୦ Sakhigopal News, 3/10/2025