Breaking News

ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା -ସହାୟିକା ସଙ୍ଗର ବ୍ଲକ ସମ୍ମିଳନୀ


ସାକ୍ଷୀଗୋପାଳ ----ପଟ୍ଟନାୟକିଆସ୍ଥିତ ଚଣ୍ଡୀମନ୍ଦିର ପ୍ରାଙ୍ଗନରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା -ସହାୟିକା ସଙ୍ଗର ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ କୁ ଶ୍ରମିକ ନେତା  ରବିନାରାୟଣ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମିଳନୀ ସଭାରେ ସିଟୁର ଜିଲ୍ଲା ନେତୃତ୍ୱ ସାଥି ସ୍ମତିରଂଜନ ଦାସ ସଭାପତିତ୍ୱ କରିଥିଲେ । ପାଚିକା -ସହାୟିକା ମାନଙ୍କର ଵିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ  ପ୍ରଦାନ କରିଵା ସହ ମାସିକ ଦଶହଜାର ଟଙ୍କା ଦରମା ସ୍ଥାୟୀ ନିୟୁକ୍ତି,ଵୀମା,ପେନସନ, ଵକେୟା ଏରିଅର ତୁରନ୍ତ ପ୍ରଦାନ ଆଦି ଦାଵୀ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଏହାକୁ ନେଇ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ ସହ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ଵାନ ଦେଇଥିଲେ । ଅନ୍ୟମାନେଙ୍କ ମଧ୍ୟରେ ଶ୍ରମିକ ନେତା ମୁତୃଞ୍ଜୟ ଜେନା ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବ୍ଲକ ସମ୍ମିଳନୀରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ପ୍ରାୟ ତିନି ଶହରୁ ଉର୍ଦ୍ଧ ପାଚିକା -ସହାୟିକା  ଅଂଶଗ୍ରହଣ କରିଥିଲେ । ସୁକାନ୍ତି ପଣ୍ଡାଙ୍କୁ ସଭାନେତ୍ରୀ ଓ ସୁକାନ୍ତି ପ୍ରଧାନଙ୍କୁ ସମ୍ପାଦିକା ଭାବେ ସର୍ବସାମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା ।ପାଚିକା -ସହାୟିକା ଙ୍କ ନ୍ୟାର୍ଯ୍ୟ ଅଧିକାର ଲଢ଼େଇକୁ ଆହୁରି ବ୍ୟାପକ କରିବେ ବୋଲି ନବ ନିର୍ବାଚିତ ସଭାନେତ୍ରୀ ଓ ସମ୍ପାଦିକା ତାଙ୍କ ଭାଷଣରେ ଉପସ୍ଥିତ ସମସ୍ତ ସଦସ୍ୟାଙ୍କୁ ଆହ୍ୱାନ ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧୦/୨୦୨୫---୬,୪୫ Sakhigopal News,6/10/2025

Blog Archive

Popular Posts