Breaking News

ଘରେ ପଶି ଦାଦାବଟି ମାଗିବା ଅଭିଯୋଗରେ ୪ ଯୁବକ ଗିରଫ

 

 ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତଗତ ୩ ତାରିଖ ବିଳମ୍ବିତ ରାତିରେ ମଝିକେରା ଗ୍ରାମର ଓକିଲ ବରାଳଙ୍କ ଘରେ ୪ଜଣ ଯୁବକ ଯୋରଜବରଦସ୍ତ ଘରେ ପଶି ୫୦ ହଜାର ଟଙ୍କା ଦାଦା ବଟି ମାଗିବା ସହ ପରିବାର ଲୋକଙ୍କୁ ଗାଳିମନ୍ଦ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା କେସନଂ- ୩୪୪ରେ ଏକ କେସରୁଜ କରି ୪ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଗିରଫ ହୋଇଥିବା ଯୁବକ ମାନେ ହେଲେ ପ୍ରକାଶ ଚନ୍ଦ୍ର ବେହେରା, (ଭୁଆ ) ଚିତଳପୁର, ପ୍ରଶାନ୍ତ ପ୍ରଧାନ ( କାଳୁ) ଡିହପୁର, ସୁଶାନ୍ତ ମଲିକ ( କାବୁ) ଶ୍ରୀପୁରୁଷୋତମପୁର, ବିଶ୍ୱନାଥ ଦାଶ ଡିହପୁରର ବୋଲି ଜଣାପଡିଛି । ସତ୍ୟବାଦୀ ଥାନାରେ ଓକିଲ ବରାଳଙ୍କ ସ୍ତ୍‌ୀରିତା ବରାଳ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ଏହି ୪ଜଣ ଯୁବକ ନିଶାସକ୍ତ ଥିବା ସମୟରେ ଘରେ ପଶିତାଙ୍କ ପୁଅଙ୍କୁ ମାଡ ମାରିବା ସହ ରିତାଙ୍କୁ ଖରାପ ଉଦ୍ଦ୍ୟେଶ ରଖି ଟଣାଓଟରା କରିଥିବା ନେଇ ଅଭିଯୋଗ କରିଥିଲେ । ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କନିର୍ଦ୍ଦେଶକ୍ରମେଏକ ଟିମ ଗଠନ କରାଯାଇଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । କେସ ତଦନ୍ତ କରୁଛନ୍ତି ସବଇନିସେପ୍ଟର ସଂଗମିତା ଚାନ୍ଦ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧୦/୨୦୨୫ , ୭-୧୫   Sakhigopal News, 4/12/2025


Blog Archive

Popular Posts