Breaking News

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟ ଜନ୍ମ ତିଥିରେ "ନବ କିଶଳୟ" ଉନ୍ମୋଚିତ



ଜଟଣୀ;-- ଜଟଣୀ ନିକଟ ଗୋଡିପୁଟ ମାଟିଆପଡ଼ା ହରିପୁର ସ୍ଥିତ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ସହଦେବ ସାହୁ ଯୋଗଦେଇ ପ୍ରଥମେ ଶ୍ରୀଗଣେଷଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରାଚୀର ପତ୍ରିକା "ନବ କିଶଳୟ" ପଞ୍ଚମ ସଂସ୍କରଣ ଶ୍ରୀ ସହଦେବ ସାହୁଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପରେ ସଭା କକ୍ଷରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପବିତ୍ର ମୋହନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅଧ୍ୟାପକ ସହଦେବ ସାହୁଙ୍କ ସଭାପତିତ୍ୱରେ ଗୋପବନ୍ଧୁଙ୍କ ଫଟ ଚିତ୍ରରେ ମାଲ୍ୟାପଣ ଦୀପଦାନ,ବନ୍ଦନା ଗାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ଗିଚରିତ କବିତା ପାଠ ଓ ତାଙ୍କ ସମ୍ପର୍କିତ କବିତା ପାଠ ସଭାଟିକୁ ମନ୍ତ୍ରମୁଗ୍ଧ କରିଥିଲା। ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼. ସନ୍ତୋଷ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା କାନନବାଳା ଜେନା, ପୁଷ୍ପଲତା ପଣ୍ଡା, ଅଧ୍ୟାପକ ଡ଼. କୁନ୍ମୟ ରଞ୍ଜନ ଶତପଥୀ, ସହଦେବ ସାହୁ, ଗୋପବନ୍ଧୁ ପ୍ରେମୀ ପ୍ରସନ୍ନ ପାଇକରାୟ ପ୍ରମୁଖ ଗୋପବନ୍ଧୁଙ୍କ କୃତି କୃତିତ୍ୱ ଓ ଜୀବନି ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଶେଷରେ ଅଧ୍ୟାପକ ଡ଼. ସନ୍ତୋଷ ମିଶ୍ରଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୧୦/୨୦୨୫-+--୯,୪୫ Sakhigopal News,10/10/2025

Blog Archive

Popular Posts