ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ ଆନ୍ତହବିଦ୍ୟାଳୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ସମାପନ
ଜଟଣୀ: -ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୁକ୍ତ ଦୁଇ ଆନ୍ତହବିଦ୍ୟାଳୟ ବାସ୍କେଟବଲ ଟୁର୍ନାମେଣ୍ଟ ଗାମ୍ଭୀର୍ୟ ଓ କ୍ରିଡାସ୍ପୃହାରେ ସମାପ୍ତ ହୋଇଛି। ମୋଟ ୧୧ଟି ବାଳକ ଦଳ ଓ ୯ଟି ବାଳିକା ଦଳ ଏଥିରେ ଅଂଶଗ୍ରହଣ କରିଥିଲେ।ବାଳିକା ବିଭାଗରେ ମଦର୍ସ ପବ୍ଲିକ୍ ସ୍କୁଲ ବିଜୟୀ ହୋଇଥିବାବେଳେ ସେଣ୍ଟ ଜୋସେଫ୍ ସ୍କୁଲ ରନର୍ସ-ଅପ୍ ହୋଇଛି। ସେହିପରି ବାଳକ ବିଭାଗରେ ରଘୁନାଥଜୀଉ ଦଳ ଚ୍ୟାମ୍ପିୟନ୍ ହୋଇଥିବାବେଳେ ଜ୍ଞାନବିକାଶ ଇଂରାଜୀ ସ୍କୁଲ ଦୁତୀୟ ସ୍ଥାନରେ ରହିଛି।
ଟୁର୍ଣ୍ଣାମେଣ୍ଟର ସମାରୋହରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର ଡ଼ା. ବିଶ୍ୱଜିତ ମିଶ୍ର, ପ୍ରସିଦ୍ଧ କ୍ରିଡା ପ୍ରଶିକ୍ଷକ ଏବଂ ବିଜୁ ପଟ୍ଟନାୟକ କ୍ରିଡା ପୁରସ୍କାର ପ୍ରାପ୍ତ ଶ୍ରୀ ଅରୁଣ କୁମାର ଦାସ, ପୂର୍ବତନ ଭାରତୀୟ ଖେଳାଳି ଓ ପ୍ରସିଦ୍ଧ ଫୁଟବଲ ପ୍ରଶିକ୍ଷକ ଶ୍ରୀମତୀ ରଞ୍ଜିତା ମହାନ୍ତି, ଜାତୀୟ ଭଲିବଲ୍ ଖେଳାଳି ଶ୍ରୀ ଚନ୍ଦନ ମଣ୍ଡଲ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡିଶାର କ୍ରିଡା ନିର୍ଦ୍ଦେଶକ ଶ୍ରୀ ରବିନାରାୟଣ ରାଉତରାୟ ପ୍ରମୁଖ ଉପସ୍ଥିତ ହୋଇଥିଲେ। । ଅତିଥି ମାନେ ବିଜୟୀ ଦଳଗୁଡ଼ିକୁ ସମ୍ମାନିତ କରିବା ସହ ଅନ୍ୟାନ୍ୟ ଅଂଶଗ୍ରହୀ ଖେଳାଳିମାନଙ୍କୁ ତାଙ୍କର ଲକ୍ଷ୍ୟପ୍ରାପ୍ତି ପାଇଁ ଅତୁଟ ସମର୍ପଣ ଓ ଖେଳାଧର୍ମର ମୂଲ୍ୟବୋଧ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ।