Breaking News

>>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • >>
  • ହରଷପଡା କେଶବ ହତ୍ୟାକାଣ୍ଡର ୨ଆସାମୀ ଗିରିଫ କୋର୍ଟଚାଲଣ
  • >>
  • ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ
  • ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସ ବାତିଲ କରିବା ପ୍ରତିବାଦରେ ସତ୍ୟବାଦୀ ବ୍ଳକ ପରିସରରେ ପ୍ରତିବାଦ ସଭା


    ସାକ୍ଷୀଗୋପାଳ--- ମାର୍ଚ୍ଚ ୫ ତାରିଖ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଗତ ଦିନରେ ସରକାର ପଞ୍ଚାୟତ ରାଜ ଦିବସ ପାଳନ କରି ଆସୁଥିଲେ । ମାତ୍ର ସରକାର ବଦଳିବା ପରେ ଏ ବର୍ଷ ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତ ରାଜ ଦବିସ ସରକାର ବାତିଲ କରି ଦେଇଛନ୍ତି ଏହାକୁ ନେଇ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜୁ ପରିବାର ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ପ୍ରତିବାଦ ସଭାଟିକୁ ଆୟୋଜନ କରିବା ସହ ଓଡିଶା ବିକାଶର ବିନ୍ଧାଣୀ ଥିଲେ ବିଜୁ ବାବୁ, ଏପରିକି ନୂତନ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ଏ ସରକାର କ’ଣ ଜାଣିବେ । ବିଜୁ ବାବୁଙ୍କ ଯୋଗୁ ଆଜି ପଞ୍ଚାୟତରାଜ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ପରଜାପଡା ସମିତିସଭ୍ୟ ରାମଚନ୍ଦ୍ର ମହାନ୍ତି, ଶୁକଳ ସମିତିସଭ୍ୟ ବସନ୍ତ ବିଶ୍ୱାଳ, ମୂଳଅଳସା ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବୀପ୍ରସାଦ ଘଟୁଆରୀ, ଜୟପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟଙ୍କ ସହିତ ସତ୍ୟବାଦୀ ବ୍ଳକର ବିଜେଡି ଯୁବ ସଭାପତି ଶରତ ରାଉତରାୟ, ବାଉରୀବଂଧୁ ମହାପାତ୍ର, ସୁବାଷ ପ୍ରଧାନ, ସ୍ୱାଧୀନ ଭାରତ ଜେନା, ପ୍ରକାଶ ଖଟେଇ, ବେବିଲାଲ ମିଶ୍ର, କଣାସ ବ୍ଳକର ବିଜେଡି ସଭାପତି ସୁରେଶ ସାହୁ, ଯୁବ ବିଜେଡି ସଭାପତି ବସନ୍ତ ଜେନା, ପ୍ରତାପ ଜେନାଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗ ଦେଇ ବିଜେପି ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେବା ସହ ଏକ ଶାନ୍ତିପୂର୍ଣ୍ଣ ୩୧୬ ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୫---୭,୨୫    Sakhigopal News, 6/3/2025

    Blog Archive

    Popular Posts