ମର୍ଦ୍ଦଳ ଧ୍ଵନିରେ ଗୁରୁକୁଳ ଉତ୍ସବ ଉଦଯାପିତ
ସାକ୍ଷୀଗୋପାଳ ---ଗୁରୁକୁଳ ଉତ୍ସବ ର ଉଦଯାପନୀ ସନ୍ଧ୍ୟା ରେ ଗୁରୁକୁଳ ର ବିଭିନ୍ନ ବିଭାଗ ର ଛାତ୍ରଛତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସନ୍ଧ୍ୟା କୁ ଆନୁଷ୍ଠାନିକ ଭାବେ ଗୁରୁ କେଶବ ଛନ୍ଦ୍ର ରାଉତ, ଗୁରୁ ସନାତନ ନାୟକ ଏବଂ ଗୁରୁକୁଳ ର ନ୍ୟାସି ବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ପ୍ରଥମ ପ୍ରସ୍ତୁତି ରେ ଗୁରୁକୁଳ ର ଛାତ୍ର ମାନଙ୍କ ଦ୍ଵାରା ବୃନ୍ଦ ମର୍ଦ୍ଦଳ ବାଦନ ମନ ମୁଗ୍ଧକର ଥିଲା । ପରେ ପରେ ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା ପ୍ରଫେସର ଗୁରୁ ଶ୍ରୀ ରାମହରି ଦାସ ଙ୍କ ଓଡିଶୀ ସଙ୍ଗୀତ ଗାୟନ । ସହଯୋଗ କରିଥିଲେ ଗୁରୁ ଶ୍ରୀ ଧନେଶ୍ଵର ସ୍ୱାଇଁ। ଓଡିଶୀ କଣ୍ଠ ସଙ୍ଗୀତ ବିଭାଗ ର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ ରାଗ ବିଲହାରି। ସୁଶ୍ରୀ ସସ୍ମିତା ବେହେରା ଙ୍କ ଏକକ ଓଡିଶୀ ନୃତ୍ୟ ଦର୍ଶକ ଙ୍କୁ ବିଭୋର କରିଥିଲା। ପରେ ପରେ ବୃନ୍ଦ ଓଡିଶୀ ନୃତ୍ୟ ରେ ଗୁରୁକୂଳ ର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ । ପ୍ରତିଷ୍ଠାତା ଗୁରୁ ରାମହରି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୪/୨୦୨୫----୧୧,୪୫ Sakhigopal News,1/4/2025