ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଶୋଭାଯାତ୍ରା ଅନୁଷ୍ଠିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ଚବିଶି ଗୋଟି ଗ୍ରାମ ପଞ୍ଚାୟତରେ ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନାର ସଫଳତାକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସତ୍ୟବାଦୀରେ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗର ଅଧିକାରିଣୀ ରାଜଲକ୍ଷ୍ମୀ ଦାଶଙ୍କ ତତ୍ୱବଧାନରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଶୋଭାଯାତ୍ରା ସହିତ ବିଭିନ୍ନ ପଞ୍ଚାୟତରେ ସଭା ଅନୁଷ୍ଠିତ ହୋଇଯାଇଛି । ସେହିପରି ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପରେ ପରେ ପେଣ୍ଠପଡା ଗ୍ରାମ ପଞ୍ଚାୟତ ଠାରୁ ଜାତୀୟ ରାଜପଥ ୩୧୬ ନଂ କଲେଜ ଛକ ପର୍ଯ୍ୟନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ମିଶନଶକ୍ତି ବ୍ଳକ ପ୍ରୋଗାମ ଆସିଷ୍ଠାଣ୍ଡ ତଥା ଆକାଉଣ୍ଟ ଅଧିକାରିଣୀ ସୁପିୟା ସୁବୁଦ୍ଧି ଯୋଗ ଦେଇ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଉପସ୍ଥିତ ଥିବା ମହିଳା ମାନଙ୍କୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ମହିଳା ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ମାନଙ୍କ ସହିତ ଏମବିକେ, ଆଶା, ଅଙ୍ଗନୱାଡି ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଷଲ ।
ସେହିପରି କାଦୁଆ ଗ୍ରାମ ପଞ୍ଚାୟତରେ ସକାଳୁ ସକାଳୁ ପଞ୍ଚାୟତର ମହିଳା ଗୋଷ୍ଠୀ ଫେଡରସନର ସଦସ୍ୟା ମାନଙ୍କ ସହିତ ଅଙ୍ଗନୱାଡି, ଆଶା, ଏମବିକେ , ସିଆରପି ମାନେ କାଦୁଆ ଗ୍ରାମ ଏକ ଶୋଭାଯାତ୍ରା ପରିକ୍ରମା କରିଥିଲା । ପରେ ପରେ କାଦୁଆ ମେଳନ ପଡିଆରେ ଅନୁଷ୍ଠିତ ସୁଭଦ୍ରା ଯୋଜନାର ସଫଳତାକୁ ନେଇ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚଗାୟତ୍ରୀ ମହାପାତ୍ର ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତର ମହିଳା ଗୋଷ୍ଠୀର ଫେଡରସନର ସଭାନେତ୍ରୀ ମେନକା ମହାପାତ୍ର , ରିତା ତ୍ରିପାଠୀ, ସହିତ ପଞ୍ଚାୟତର ମହିଳା ଫେଡରସନର ସମ୍ପାଦିକା କନକଲତା ପଣ୍ଡା ଯୋଗ ଦେଇ କହିଥିଲେ ଯେ କାଦୁଆ ଗ୍ରାମ ପଞ୍ଚାୟତ ଓଡିଶାର ପ୍ରଥମ ମହିଳା ଗୋଷ୍ଠୀ ଗଠନ କରିଛି । ଯେଉଁଥିପାଇଁ କାଦୁଆ ଗ୍ରାମ ପଞ୍ଚାୟତର ମହିଳା ମାନେ ଆଜି ଗର୍ବିତ । ଯେଉଁ ସମୟରେ ସରକାର ମହିଳା ମାନଙ୍କ ପାଇଁ କୌଣସି ଚିନ୍ତା ବା ଯୋଜନା ନଥିଲା ସେ ସମୟରେ କାଦୁଆ ଗ୍ରାମରେ ମହିଳା ମାନେ ନିଜ ପଇସାରେ ନିଜେ ରୋଜଗାର କରିବା କଥା ଚିନ୍ତା କରିଥିଲେ ବୋଲି ଶ୍ରୀମତି ପଣ୍ଡା କହିଥିଲେ । ସେହିପରି ରିତା ତ୍ରିପାଠୀ କହିଥିଲେ ଯେ ସୁଭଦ୍ରା ଯୋଜନା ଏବେ ଗ୍ରାମରେ ବସବାସ କରୁଥିବା ମହିଳା ମାନଙ୍କ ମୁହଁରେ ହସ ଫୁଟାଇଛି ବୋଲି କହିଥିଲେ । ସେହିପରି ବଳପୁର ଗ୍ରାମ ପଞ୍ଚାୟତରେ ସତ୍ୟବାଦୀ ବ୍ଳକର ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗର ଅଧିକାରିଣୀ ରାଜଲକ୍ଷ୍ମୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁଭଦ୍ରା ଶୋଭାଯାତ୍ରାର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୫ା୩ା ୨୦୨୫---୭,୧୦ Sakhigopal News---5/3/2025