ମଟନରେ ଗୋ ମାଂସ ମିଶ୍ରଣ ଭିଡିଓ ଭାଇରାଲ ହେବା ପରେ ; ସତ୍ୟବାଦୀରେ ଶାନ୍ତି ବଜାୟ ରଖିବା ପାଇଁ ଗଠନ ହେବାକୁ ଯାଉଛି ଶାନ୍ତି କମିଟି
ସାକ୍ଷୀଗେ।ପଳ,--- ବହୁ ଚର୍ଚ୍ଚିତ ସାକ୍ଷୀଗେ।।ପଳ କଲେଜ ଛକ ନିକଟରେ ଜୟା ହୋଟେଲ ରେ ବିକ୍ରୟ କରାଯାଉଥିବା ମଟନରେ ଗୋ ମାଂସ ମିଶ୍ରଣ କରାଯାଉଥିବା ଜଣେଯୁବକର ବୟାନ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ସାକ୍ଷୀଗୋପାଳର ଜଣେ ଯୁବକଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟକୁ ପଠାଇ ଦେଇଛି । ଅନ୍ୟ ପକ୍ଷେ ବେ ଆଇନ ଭାବେ ଗୋ ଚାଲଣ ସମୟରେ ଯୁବକ ମାନଙ୍କ ହାତରେ ଧରାପଡି ଲହୁଲୁହାଣ ହୋଇଥିବା ଯୁବକ ଏବେ ଏକ ମେସରକାରୀ ମେଡିକାଲରେ ଚିକିତ୍ସାଧୀନ ରହିଛି । ଏହି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସତ୍ୟବାଦୀ ଥାନାରେ ଦୁଇଟି ମାମଲା ରୁଜ କରିଛି । ଅନ୍ୟ ପକ୍ଷେ ପୁରୀ ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ସତ୍ୟବାଦୀର କଲେଜ ଛକ ନିକଟରେ ଥିବା ଜୟା ହେଟେଲକୁ ପୋଲିସ ସିଲ କରିଦେବା ସହ ଉକ୍ତ ହୋଟେଲରେ ବିକ୍ରୟ କରାଯାଉଥିବା ମଟନକୁ ଜବତ କରି ଲାବେଟେରିକୁ ପଠାଇଥିବା ଜଣାପଡିଛି । ସେହିପରି ପୁରୀରେ ଥିବା ଏକ ହୋଟେଲକୁ ମଧ୍ୟ ପୋଲିସ ସିଲ କରିଥିବା ଜଣାପଡିଛି । ଅନ୍ୟ ପକ୍ଷେ ସତ୍ୟବାଦୀରେ ଏହି ଘଟଣାକୁ ନେଇ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇବା ସହ ଉକ୍ତ ହୋଟେଲରେ ଖାଇଥିବା ବ୍ୟକ୍ତି ମାନେ ପାପରୁ ପ୍ରାୟଶ୍ଚିତ ହେଇଥିବା ଜଣାପଡିଛି । ସେହିପରି ସତ୍ୟବାଦୀ ପୋଲିସ ପକ୍ଷରୁ ଏ ସମ୍ପର୍କରେ ଆଲେଚନା ଜାର ରହିଛି । ସୁଚନାଯୋଗ୍ୟ ଯେ ଆଜି ସତ୍ୟବାଦୀ ପଞ୍ଚାୟତ ସମିତି ସଭା ଗୃହ ପରିସରରେ ଏଡିଏମ ଶରତ ଚନ୍ଦ୍ର ବେହେରାଙ୍କକ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ ସହ ବିଭିନ୍ନ ଦଳ ଓ ସାମ୍ବାଦିକ ମାନଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି । ଏହି ଆଲେଚନା ସମୟରେ ଅତିରିକ୍ତ ଏସପି ବିଷ୍ଟୁପଦ ପତି, ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଦେବାଶିଷ ନାୟକ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା , ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୀପକ କୁମାର ଶତପଥୀ, ଦେବେନ୍ଦ୍ର ମହାପାତ୍ର, ଦେବଦତ୍ତ ସମାନ୍ତରାୟ, ଉମେଶ ପ୍ରଧାନ, ପ୍ରଦ୍ନୁମ୍ୟ ଶତପଥି, ରଞ୍ଜନ କୁମାର ବରାଳ, ସୁବାଷ ମହାପାତ୍ର, ଜୟନ୍ତ କୁମାର ହୋତା, ଆଶୋକ ରାଉତରାୟ, ତ୍ରିଲୋଚନ ରଥ, ଜାନକୀ ବଲ୍ଲଭ ବରାଳ, ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘର ସଭାପତି ପ୍ରତାପ କୁମାର ମହାପାତ୍ର ବିଜୟ କୁମାର ନନ୍ଦ, ସାମ୍ବାଦିକ ଧିରେନ୍ଦ୍ର ସେନାପତି ଅମଶ ଶତପଥି, ପ୍ରଶାନ୍ତ ବାରିକ ଓ ମହମ୍ମଦ ଜିକିରିଆ, ଏସ, କେ, ରୋଜକ, ଏ. ଆର, ଖାନ, ଏସ, କେ, ଖାନ, ଏସ, କେ, ଆଲିମ, ଶେଖ କଲିମ, ମିଲ ଆଲିମ ପ୍ରମୁଖ ଯୋଗ ଦେଇ ଗୋ ଚାଲଣକୁ ସେମାନେ ନିନ୍ଦା କରିବା ସହ ସେମାନଙ୍କ ଗ୍ରାମରେ ଗୋ ଚାଲଣ ହେବାକୁ ସେମାନେ ବିରୋଧ କରିବା ସହ ପୋଲିସକୁ ଜଣାଇବେ ବୋଲି ବୈଠକରେ ସମସ୍ତଙ୍କ ସମ୍ମୁଖରେ ଯୋଗ ଦେଇଥବା ଉକ୍ତ ବ୍ୟକ୍ତି ମାନେ ଜଣାଇଛନ୍ତି । ହିନ୍ଦୁ ମାନଙ୍କ ସହିତ ସେମାନେ ହାତ ମିଳାଇବା ସହ ସେମାନଙ୍କୁ ବାଧିଲା ପରି କୌଣସି କାର୍ଯ୍ୟ ସତ୍ୟବାଦୀରେ କରାଯିବ ନାହିଁ ବୋଲି ରୋକଠୋକ ଭାବେ କହିଛନ୍ତି । ବୈଠକରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ ସ୍ୱାଗତ କରିଥିଲେ । ମାତ୍ର ଏହି ଘଟଣା ସତ୍ୟବାଦୀରେ ନୂଆ ନୁହେଁ ବାରମ୍ବାର ହେଉଛି ବୋଲି ବୈଠକରେ ଆଲେଚନା କରାଯାଇଥିଲା । ଅନ୍ୟ ପକ୍ଷେ ସତ୍ୟବାଦୀରେ ଆଲେଚନା ହେଉଛି ଯେ ଏହି ଶନ୍ତି କମିଟି କେତେଦିନ ଚାଲିବ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ନଜର ରହିଛି ସତ୍ୟବାଦୀ ଥାନା ଅଞ୍ଚଳରେ ଅନେକ ଥର ବେ ଆଇନ ଗୋ ଚାଲଣ କାରୀ ମାନଙ୍କୁ ଗ୍ରାମବାସୀ ଓ ବଜାରର ଯୁବକ ମାନେ ଅଟକାଇ ସତ୍ୟବାଦୀ ଥାନାରେ ଗାଡି, ଗୋରୁ ଓ ଗୋରୁ ଚାଲଣ କରୁଥିବା ଯୁବକ ମାନଙ୍କୁ ଦିଆଯାଇଛି । ମାତ୍ର ସତ୍ୟବାଦୀ ଥାନା ପକ୍ଷରୁ ସେପରି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହା ଫଳରେକି ସ୍ଥାନୀୟ ଯୁବକ ମାନେ ରାତି ଅଧରେ ମନ୍ଦିର ନିକଟ ଓ ରାସ୍ତା କରରେ ବୁଲୁଥିବା ଗାଇ ଓ ଷଣ୍ଢ ମାନଙ୍କୁ ଉଠାଇ ନେଇଯାଆନ୍ତି । ଯଦି ସତ୍ୟବାଦୀ ପୋଲିସ ଅଧିକାରୀ ମାନେ ଏ ଦିଗରେ ସଠିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥାନ୍ତେ ତା ହେଲେ ଆଜି ଏତେ ବଡ ଘଟଣା ଘଟିନଥାନ୍ତା ବୋଲି ସାକ୍ଷୀଗୋପାଳର ବୁଦ୍ଧଜୀବି ମାନେ ଆଲେଚନା କରୁଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୩/୨୦୨୫---୭,୨୫ Sakhigopal News, 11/3/2025