ଗ୍ରାମ ମାନଙ୍କରେ ଦୋଳ ଯାତ୍ରା ଆରମ୍ଭ
ସାକ୍ଷୀଗୋପାଳ,-----ବିଭିନ୍ନ ଗ୍ରାମ ମାନଙ୍କରେ ଠାକୁରଙ୍କୁ ଫଗୁଲାଗି କରାଯିବା ସହ ଦୋଳଯାତ୍ରା ଆରମ୍ଭ ହୋଇଯାଇଛି । ଗ୍ରାମ ମାନଙ୍କରେ ଥିବା ଦୋଳବେଦୀ ଗୁଡିକ ସଜେଇ ହୋଇଛି । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ କରାଯାଇ ସୁସଜିତ ଦୋଳରେ ଗ୍ରାମ ପରିକ୍ରମା କରାଯାଇଛି । ଏଥିଯୋଗୁ ଗ୍ରାମ ଦାଣ୍ଡ ଗୁଡିକ ସଫା ସୁତରା କରାଯିବା ସହ ରଙ୍ଗ ବେରଙ୍ଗ ଆଲେକମାଳା ନିଜନିଜ ଘର ଆଗରେ ପୂର୍ଣ୍ଣକୁମ୍ଭ ଘଡି ସ୍ଥାପନ ସହ ଦ୍ୱୀପ ଆଲେକରେ ଗ୍ରାମ ଦାଣ୍ଡ ଆଲେକିତ ହୋଇ ଉଠିଛି । ି ବିଭିନ୍ନ ଗ୍ରାମ ମାନଙ୍କରେ ପୂଜିତ ରାଧାକୃଷ୍ଣଙ୍କ ସହ ମହାଦେବ ଦୁଆରି ଭୋଗ ଖାଇଥିଲେ । ସେହିପରି ମଠ ମାନଙ୍କରେ ପୂଜିତ ପୋଥି ଗୁଡିକୁ ଫଗୁ ଲାଗି କରାଯାଇଥିଲା । ଦୋଳ ଭୋଗରେ ଫଳମୂଳ ସହ ଚଣା, ଖଇକୋରା, ଶାକର, ଫେଣି, କଦଳୀ, ଚୁଡାଘଷା, ପଇଡ ଆଦି ଭୋଗ କରାଯାଇଥିଲା । ଦୋଳଭୋଗରେ ଚଣା ମୁଖ୍ୟ ଭୋଗ ସାଜିଥାଏ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୫----୮,୧୦ Sakhigopal News, 9/3/2025