ସତ୍ୟବାଦୀ ଥାନା ପକ୍ଷରୁ ବେଆଇନ ବାଣ ଦେକାନ ଉପରେ ଚଡାଉ ; ମାର ମାର ଭଣ୍ଡାରିଆଙ୍କୁ ମାର ନୀତି ଆପଣେଇଛି ସତ୍ୟବାଦୀ ପୋଲିସ
ସାକ୍ଷୀଗୋପାଳ---- ସତ୍ୟବାଦୀ ପୋଲିସ ଏବେ ମାର ମାର ଭଣ୍ଡାରିଆଙ୍କୁ ମାର ନୀତିରେ ରାସ୍ତା କରରେ ବିକ୍ରୟ କରୁଥିବା ଛୋଟ କାଟିଆ ବାଣ ଦେକାନୀଙ୍କୁ ଉଠାଇ ନେଇ ସେମାନଙ୍କ ନାମରେ କେସରୁଜ କରିଛି । ସତ୍ୟବାଦୀର ପୋଲିସର ଏପରି କାର୍ଯ୍ୟକୁ ସାକ୍ଷୀଗୋପାଳ ବୁଦ୍ଧଜିବୀ ମାନେ ସ୍ୱାଗତ କରିଛନ୍ତି । ମାତ୍ର ସାକ୍ଷୀଗୋପାଳରେ ବାଣ ବେପାର କରୁଥିବା ବା ସରକାରଙ୍କ ଠାରୁ ଅନୁମତି ନେଇଥିବା ବାଣ ଦେକାନୀଙ୍କର ଅନୁମତି ପତ୍ର କେଉଁଠାରେ ଅଛି ସେମାନେ ବିକ୍ରୟ କରୁଛନ୍ତି କେଉଁଠାରେ । ଏ ସମ୍ପର୍କରେ ସତ୍ୟବାଦୀ ପୋଲିସ ଅବଗତ ରହିଛି ନା ନାହିଁ ତାହା ଜଣାପଡୁନାହିଁ । ସେମାନେ ଲକ୍ଷ ଲକ୍ଷ ଟଙ୍କାର ବାଣ ବିକ୍ରୟ କରୁଥିବା ବେଳେ ସେମାନଙ୍କ ଠାରୁ ବାଣ ଆଣି ଛୋଟ କାଟିଆ ଦେକାନ କରିଥିବା ଯୁବକ ମାନଙ୍କୁ ପୋଲିସ ଧରିବାକୁ ସତ୍ୟବାଦୀରେ ନାଁ ପସନ୍ଦ କରିଛନ୍ତି । ଆଗ ବଡ ବଡ ମାଛଙ୍କ ବିରୁଦ୍ଧରେ ସତ୍ୟବାଦୀ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ତା ପରେ ଏହି ଛୋଟ ଦେକାନି ମାନଙ୍କୁ ଧରାଯାଉ ବୋଲି ସାକ୍ଷୀଗୋପାଳର ଜଣସାଧାରଣ ପୁରୀ ଏସପିଙ୍କ ନିକଟରେ ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୫----୭.୨୫ Sakhigopal News, 13/3/2025