ପୁସ୍ତକ ଉନ୍ମୋଚନ ସହିତ କବିତା ଆସର ଅନୁଷ୍ଠିତ
ସାକ୍ଷୀଗୋପାଳ,---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ କବିତା ଆସର ସହିତ କବିତା ପୁସ୍ତକ ଉନ୍ମୋଚନ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ପୁସ୍ତକଟିର ନାମ ରହିଛି ଗୀତରେ ଗୀତରେ ମନର କଥା । ପୁସ୍ତକଟିର ଲେଖକ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା । ଏହି ଅବସରରେ ଅନୁଷ୍ଠିତ ସଭାରେ ଶିକ୍ଷକ ତଥା ସାହିତ୍ୟକ ପ୍ରଭାତ ଚନ୍ଦ୍ର ରଥ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଅବସର ପ୍ରାପ୍ତ ପ୍ରେଫସର ଡ. ଅଭିମନ୍ୟୁ ବରାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ଗବେଷକ ଭୀମସେନ ମହାପାତ୍ର, ସମାଜସେବୀ ନବଘନ ଶତପଥି ପ୍ରମୁଖ ଯୋଗ ଦେଇଥିଲେ । କବି ବିଜୟ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଡିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସାହିତ୍ୟ ଆସର ସହିତ କବିତା ଓ ଗଳ୍ପ ପୁସ୍ତକ ପ୍ରକାଶ ପାଇବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କବିତା ଆସରକୁ କବୟତ୍ରୀ ତଥା ଶିକ୍ଷୟତ୍ରୀ ସୁଜତା ଦେବୀ ସଂଯୋଜନା କରିଥିଲେ । ସର୍ମ୍ପଣା ନନ୍ଦ ମିଶ୍ର, କୁମାର ଶିବରାମ, ବନ୍ଦନା ମହାପାତ୍ର, ବିଶାଖା ଦେବୀ, ପ୍ରଭାତ ଚନ୍ଦ ରଥ, ସୁନନ୍ଦା ମହାନ୍ତି, ରବୀନ୍ଦ୍ର ନାଥ ଷଡଙ୍ଗୀ, ବିଭୂତି ଭୂଷଣ ହୋତା, ରଞ୍ଜନ ମିଶ୍ର, ପ୍ରଭାକର ଜେନା, ଶ୍ରୀମତି ସଂଯୁକ୍ତା ନନ୍ଦ କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ । କବିତା ପାଠ ଉତ୍ସବରେ ଓଡିଆ ବିଶ୍ୱ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିବାର ଦେଖାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ବିସନ୍ତ କୁମାର ସ୍ୱାଇଁ ଓ ସୁଚିତ୍ର ଖଟୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୫--- ୭.୨୫ Sakhigopal News , 12/3/2025