Breaking News

ସାଗର ସ୍ନାନ ପାଇଁ ଏବେ ଚଳଚଞ୍ଚଳ ହୋଇପଡିଛି ବଳପୁର ଗ୍ରାମ ଓ ଘାଟ



ସାକ୍ଷୀଗୋପାଳ--- ସାଗର ସ୍ନାନ ବା ବାରୁଣିବୁଡ ପାଇଁ  ବଳପୁର ସ୍ଥିତ ପୂଣ୍ୟତୋୟା ଭାର୍ଗବୀ ନଦୀର ବଳପୁର ସ୍ଥିତ ବାରୁଣିବୁଡ ଘାଟ ବେଶ ପରିଚିତ ।  ସତ୍ୟବାଦୀ ପ୍ରଶାସନ , ବଳପୁର ଗ୍ରାମବାସୀଙ୍କ ସହିତ ବାଲୁଙ୍କେଶ୍ୱର ଦେବଙ୍କ ଟ୍ରଷ୍ଟିର ସଦସ୍ୟ ଓ ବଳପୁର ଦେଶ କମିଟିର ସଦସ୍ୟ ଧୃବ ମୁଦୁଲି, ପ୍ରଭାକର ପ୍ରଧାନ, ବେଣୁଧର ପ୍ରଧାନ, ରବିନାରାୟଣ ବେହେରା କପିଲ ଜେନା ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପଡିଆ ସହିତ ନଦୀଘାଟ, ଆଲୋକ, ପାନୀୟଜଳ ସହିତ ଗ୍ରାମ ଦାଣ୍ଡ ସଫା ସୁତରା କରିବା ସହ କିପରି ଶାନ୍ତିଶୃଙ୍ଖଳାରେ ଯାତ୍ରା ଶେଷ ହେବ ସେ ନେଇ ତôତପରତା ପ୍ରକାଶ ପାଇଛି । ବଳପୁର ଗ୍ରାମ ଦାଣ୍ଡ ସଫା ସୁତରା କରାଯିବା ସହ ଘରଆଗରେ ରଙ୍ଗ ବେରଙ୍ଗର ଆଲୋକ ମାଳ ସଜା ଯିବା ସହ ଦୁଆର ଆଗରେ କଳସ, ମୁରୁଜ ପକା ଗଲାଣି । ବଳପୁର ଗ୍ରାମରେ ପୂଜିତ ବାବା ବାଲୁଙ୍କେଶ୍ୱର ଦେବଙ୍କର ପ୍ରତିଦିନ ପରି ଠାକୁରଙ୍କ ନୀତିକାନ୍ତି କରାଯିବ । ମାତ୍ର ଗୁରୁବାର ଦିନ ଠାକୁରଙ୍କ ନୀତିକାନ୍ତି ସକାଳ ୧୦ଟାରେ ସରିବା ପରେ ଠାକୁର ବରାଳ ସ୍ଥିତ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରକୁ ଘଣ୍ଠ, ଘଣ୍ଟି, ବାଜା, ଛତି, ତ୍ରାସ, ବୈରଖ ଧରି ବିଜେ କରିବେ । ବାଟରେ ବାଟବରଣ ହେବା ପରେ ଅପରାହ୍ନ୨ଟାରେ ବରାଳ ମନ୍ଦିରରେ ଠାକୁରଙ୍କ ଦେବନୀତି ସରିବା ପରେ ଦୁଇ ଠାକୁର ସୁସଜିତ ବିମାନରେ ମନ୍ଦିରରୁ ବାହାରି ଦୁଆରି ଭୋଗ ଖାଇବା ପରେ ବାରୁଣୀବୁଡ ବା ସାଗରସ୍ନାନ ମଣ୍ଡପକୁ ବିଜେ କରିବେ ବୋଲି ବଳପୁର ବାଲୁଙ୍କେଶ୍ୱର ଦେବଙ୍କ ଟ୍ରଷ୍ଟି ବୋର୍ଡର ସଦସ୍ୟ ନିରଞ୍ଜନ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ବୁଡ ସ୍ଥାନରେ ବ୍ୟାରିକେଟ, କରାଯିବା ସହ ସେଠାରେ ଅଗ୍ନିଶମ ବାହିନୀ, ପୋଲିସ ର୍ଫୋସ ସହିତ ସଜାଗ ରହିବେ ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।


  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୫---୭,୨୫    Sakhigopal News, 26/3/2025

Blog Archive

Popular Posts