Breaking News

ଶଙ୍ଖପାଟ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଡେଲାଙ୍ଗ -  ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିଦା ଗ୍ରାମ ପଞ୍ଚାୟତ ଅଧୀନ ଶଙ୍ଖପାଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗ୍ରାମବାସୀ, ପରିଚାଳନା କମିଟି ଓ ବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ନାବାର୍ଡର ମହା ପ୍ରବନ୍ଧକ ଜିତେନ୍ଦ୍ରନାଥ ପଟ୍ଟନାୟକ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସହ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ବିଇଓ ଶତୃଘ୍ନ ବେହେରା, ଏବିଇଓ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା ମିଶ୍ର, ସୁଷମା ଦାଶ, ସରପଞ୍ଚ ଶେଷଦେବ ବାରିକ, ହରେକୃଷ୍ଣ ସ୍ବାଇଁ, ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ଦାସ, ସମାଜସେବୀ ଗଙ୍ଗାଧର ବିଶ୍ବାଳ, ନଳିନୀ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳ ,ଧୃବ ବରାଳ , ଶିକ୍ଷାବିତ୍ ଅଭିନାନନ୍ଦ ପ୍ରଧାନ,କମିଟି ଅଧ୍ୟକ୍ଷ ନଗେନ ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଜେନା ଅତିଥି ମାନଙ୍କୁ ସ୍ଵାଗତ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ମାଧ୍ୟମରେ ଅଭାବ ଅସୁବିଧା ଉପସ୍ଥାପନା କରିଥିଲେ। ଶିକ୍ଷୟିତ୍ରୀ ସୁଧାଂଶୁ ବାନା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରେଷ୍ଠ ଛାତ୍ରୀ ମୋନାଲିସା ବିଶ୍ବାଳଙ୍କ ସହ କୃତି ଛାତ୍ର ଛାତ୍ରୀଙ୍କୁ ମଞ୍ଚରେ ଅତିଥି ମାନେ ପୁରସ୍କୃତ କରିଥିଲେ। ପରିଚାଳନାରେ ଶିକ୍ଷୟିତୀ ସୁଲୋଚନା ସ୍ଵାଇଁ, ଜ୍ୟୋତ୍ସ୍ନାରାଣୀ ଭୂୟାଁ, ଶିକ୍ଷକ ତୁଷାରକାନ୍ତ ପ୍ରଧାନ, କର୍ମୀ ବିଜୟ ପ୍ରଧାନ, ତପନ ବିଶ୍ବାଳ ଓ ଅନ୍ୟମାନେ ସହଯୋଗ କରିଥିଲେ। ଉତ୍ସବରେ ଶିକ୍ଷକ ରମେଶ ବଳବନ୍ତରାୟ,ବିକ୍ରମ ପାତ୍ର, କ୍ଷେତ୍ରବାସୀ ଆଳୁକ, ଜଗନ୍ନାଥ ପରିଡ଼ା, ଅଭୟ ସାହୁ, ଟିକେଇ ଦଳାଇ, ପ୍ରଦୀପ ବଳିୟାର ସିଂହ ଓ ଅନ୍ୟମାନେ ଯୋଗଦେଇ ଉତ୍ସବକୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।ସହଯୋଗ ପାଇଁ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୪/୨୦୨୫---୧୧,୩୫ Sakhigopal News,1/4/2025

Blog Archive

Popular Posts