Breaking News

ଶୁକଳ ଦଶଦଳ ମେଳଣ ଉଦଯାପିତ



ସାକ୍ଷୀଗୋପାଳ,---- ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ମେଳଣ ଉଦଯାପିତ ହୋଇଯାଇଛି । ଏହି ମେଳଣଟି ୨୨୫ ବର୍ଷ ତଳର ପୁରାତନ ମେଳଣ ଭାବେ ବେଶ ଜଣାଶୁଣା । ଦଶମୀ ଦିନରେ ଠାକୁରଙ୍କ ମେଳଣ ହେଉଥିବାରୁ ଏହାକୁ ଦଶ ଦୋଳ ମେଳଣ ବୋଲି କୁହାଯାଏ ବୋଲି ଲୋକମୁଖରୁ ଶୁଣିବାକୁ ମିଳେ । ଦଶଦୋଳ ମେଳଣ ନାମ ହୋଇଥିଲେ ମଧ୍ୟ ଆଗରୁ ପ୍ରାୟ ୮୦ ରୁ ୯୦ଟି ଦୋଳ ବା ଠାକୁରଙ୍କ ବିମାନ ଆସୁଥିଲା । ଏବେ ହାତଗଣତି ଦୋଳ ଆସୁଥିବାର ଜଣାପଡିଛି । ଏହି ମେଳଣର ଥାନପତି ହେଉଛନ୍ତି ତୁତୀୟାଦେବ । ତୁତୀୟାଦେବ ମେଳଣ ପଡିଆକୁ ପବେଶ କରିବା ସହ ତାଙ୍କ ପାଇଁ ଥିବା ବେଦୀରେ ବସିବା ପରେ ଅନ୍ୟ ଠାକୁର ମାନେ ମେଳଣ ପଡିଆକୁ ପ୍ରବେଶ କରିଥାନ୍ତି । ନବମୀ ଦିନ ମେଳଣର ଜମାଣ, ଦୁତୀୟ ଦିନ ଠାକୁର ମେଳଣ ତୁତୀୟ ଦିନହରିହର ଭେଟ ହେବା ପରେ ମେଳଣ ପଡିଆରୁ ଠାକୁର ଉଠିଥାନ୍ତି । ଏହି ମେଳଣରେ ଶୁକଳର ମାକଣ୍ଡପଡା ଗ୍ରାମରେ ପୂଜିତ ନୀଳକଣ୍ଠେଶ୍ୱର ଠାକୁର ସୁସଜିତ ବିମାନରେ ମେଳଣକୁ ଆସିଥିବା ବେଳେ ସେହିପରି ଶୁକଳ ଗ୍ରାମରୁ ତୁତୀୟାଦେବ ବିରାଟ ବଡ ସଲଟନରେ ଗ୍ରାମ ପରିକ୍ରମା କରି ମେଳଣ ପଡିଆକୁ ଆସିଥାନ୍ତି । ବିଭିନ୍ନ ଗ୍ରାମରେ ପୂଜିତ ଭଗବତ ବାସୁଦେବ ବା ପୋଥି ଏହି ମେଳଣକୁ ଆସିଥାନ୍ତି । ଏହି ମେଳଣ ଦେଖିବା ପାଇଁ ଗହି ଚହଳି ଲାଗିଥିଲା । ମେଳଣପଡିଆରେ ବିଭିନ୍ନ ଘର ଉପକରଣ ସହିତ ଫାଷ୍ଟପୁଡ, ଗୁପୁଚୁପ, ଚାଟ ଓ ମନୋହରି ଦେକାନ ମାନ ପଡିଥିବାର ଦେଖାଯାଇଥିଲା ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୫  --- Sakhigopal News ---25/3/2025

Blog Archive

Popular Posts