କାମଧେନୁ ସମବାୟ ସମିତି ପ୍ରତିଷ୍ଠା ପାଇଁ ପ୍ରାକ ବୈଠକ
ସାକ୍ଷୀଗୋପାଳ, ---- ସତ୍ୟବାଦୀରେ ଦୁଗ୍ଦ ସମବାୟ ସମିତି ନଥିବାରୁ ବିଭିନ୍ନ ପଞ୍ଚାୟତରୁ ପୁରୁଷ ଓ ମହିଳା ମାନଙ୍କୁ ନେଇ ଏକ ଦୁଗ୍ଦ ସବମାୟ ସମିତି ଖୋଲିବା ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପିନାଥ ସେବା ସମବାୟ ସମିତି ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମିତିର ଚିପ ଏକଜ୍ୟୁଟିଭ ଅଫିସର ଭଗବାନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସମବାୟବିତ୍ତ ପ୍ରତାପ କୁମାର ଜେନା ଯୋଗ ଦେଇ ସରକାରଙ୍କ ସବମାୟ ମାଧ୍ୟମରେ ଚାଷୀ ମାନଙ୍କୁ ସହଯୋଗର ହାତ ବଡାଇଛନ୍ତି ବୋଲି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସବିତା ପଣ୍ଡା, ପ୍ରଫୁଲ ସେଠୀ, ରାଧା ସେନାପତି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଧୀରେନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇ ନିଜସ୍ୱ ମତ ରଖିଥଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୩/୨୦୨୫---୭,୧୦ Sakhigopal News , 10/3/2025