ଲକ୍ଷାଧିକ ଶ୍ରଦ୍ଧାଳୁ ଓ ମାନସିକଧାରୀ ବାରୁଣିବୁଡ ପକାଇଲେ
ସାକ୍ଷୀଗୋପାଳ--- ପୁଣ୍ୟତ୍ୟୋୟା ଭାର୍ଗବୀ ନଦୀର ଉଭୟପାଶ୍ୱର୍ରେ ବାରୁଣିବୁଡ ବା ସାଗରସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଗ ଭଲ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନେ ବୁଡ ପକାଇଛନ୍ତି । ନଦୀର ଉଭୟପାଶ୍ୱର୍ରେ ମାନସିକ ଧାରୀ ଓ ଶ୍ରଦ୍ଧାଳୁ ମାନେ ବୁଡ ପକାଇଥିବାର ଦେଖାଯାଇଥିଲା । ସୁଚନାଯୋଗ୍ୟ ଯେ କିମ୍ବଦନ୍ତୀ ଅନୁଯାୟୀ ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ପରେ ଓଦା ଲୁଗାରେ ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ବାଲୁକା ପିଣ୍ଡ ଅର୍ପଣ କରିଥାଆନ୍ତି । ବଳପୁର ଗ୍ରାମରେ ପୂଜିତ ବାଲୁଙ୍କେଶ୍ୱର ଦେବଙ୍କର ପ୍ରତିଦିନ ନୀତିକାନ୍ତି ସରିବା ପରେ ବରାଳ ଗ୍ରାମର ବାଲୁଙ୍କେଶ୍ୱରଙ୍କୁ ଆଣିବା ପାଇଁ ସାଙ୍ଗରେ ଘଣ୍ଟ, ଘଣ୍ଟା, କାହାଳୀ, ତୁରୀ ଛତୀ, ତ୍ରାସ, ବୈରଖ, ମଶାଲ, ବାଜା ବାଜାଇ ବରାଳସ୍ଥିତ ମନ୍ଦିରରେ ପହଞ୍ଚିଥିଲେ । ସେଠାରୁ ଅପରାହ୍ନରେ ଦୁଇ ଠାକୁର ସୁସଜିତ ବିମାନରେ ବିଜେ କରି ସଲଟନରେ ବାରୁଣି ସ୍ନାନ ଅଭିମୁଖେ ଅପରାହ୍ନରେ ଆସିଥିଲେ । ଆସିବା ବାଟରେ ବିଭିନ୍ନ ସ୍ଥାନରେ ଭୋଗ ଖାଇ ଭାର୍ଗବୀ ନଦୀକୂଳ ସ୍ଥିତସାଗରସ୍ନାନ ପଡିଆରେ ଥିବା ତୀର୍ଥ ମଣ୍ଡପରେ ବିଜେ କରିଥିଲେ । ଠାକୁର ଆସିବା ଅଗାରୁ ମନ୍ଦିର ପକ୍ଷରୁ ମଣ୍ଡପକୁ ହୋମଯଜ୍ଞ କରାଯାଇଥିଲା । ସେହିପରି ନଦୀର ଅପରପାଶ୍ୱର୍ରେ ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡେଳେଶ୍ୱର ମହାଦେବ ସୁ ସଜିତ ବିମାନ ପଟୁଆରରେ ଗ୍ରାମରୁ ବାହାରି ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ । ଚତୁଶ୍ୱମ୍ଭୁଙ୍କୁ ତୀର୍ଥର ଉଭୟପାଶ୍ୱର୍ରେ ଏକ ସଙ୍ଗେ ସେବାୟତ ମାନେ ଅଭିମନ୍ତ୍ରିତ ତୀର୍ଥ ଜଳରେ ସ୍ନାନ , ପୂଜା, ଅଳତୀ କରିବା ପରେ ଉପସ୍ଥିତ ଭକ୍ତ ବୁଡ ପକାଇଥିଲେ । ମାନସିକ ଭୋଗ ଓ ଗ୍ରାମ କୋଠ ଭୋଗ ଠାକୁରଙ୍କ ପାଖରେ କରାଯାଇଥିଲା । ଅନ୍ୟ ପକ୍ଷେ ବରାଳ ମନ୍ଦିରର କାର୍ଯ୍ୟନିବାହୀ ଅଧିକାରୀ ରାଜବଲ୍ଲଭ ମିଶ୍ର, ବଳପୁର ମନ୍ଦିର ଟ୍ରଷ୍ଟବୋର୍ଡର ମ୍ୟାନେଜିଂବୋର୍ଡର ସଦସ୍ୟ ନିରଞ୍ଜନ ମହାପାତ୍ରଙ୍କ ସହିତ ବଳପୁର ଗ୍ରାମ୍ୟ କୋଠ ଅନ୍ୟ କର୍ମକତ୍ତର୍ତା ମାନେ ଠାକୁରଙ୍କ ନୀତିକାନ୍ତି ପରିଚାଳନାରେ ସହଯୋଗ କରିଥିଲେ । ମେଳଣ ପଡିଆରେ ବିଭିନ୍ନ ଘର ଉପକରଣ , ମନୋହରୀ , ଜଳଖିଆ, ପାଷ୍ଟଫୁଡ ଚାଟ, ଆଇସିକ୍ରମି, ଗୁପୁଚୁପ, ମିନାବଜାର ଆଦି ବିଭିନ୍ନ ବ୍ୟବସାୟୀ ମାନେ ସେମାନଙ୍କ ପସରା ଖେଳିଥିଲେ । ବିଳମ୍ବିତ ରାତିରେ ଠାକୁର ତୀର୍ଥ ମଣ୍ଡପରୁ ବିଦାୟ ନେଇ ଗ୍ରାମରେ ଦୁଆରୀ ଭୋଗ ଖାଇଥିଲେ । ସକାଳେ ଠାକୁର ବରାଳ ଗ୍ରାମ ମୁଣ୍ଡରେ ଥିବା ବିଭୁତି ବାଟିକାରେ ରହିଥିଲେ । ସାଗରସ୍ନାନ ମେଳଣ ପଡିଆରେ ସତ୍ୟବାଦୀ ତହସିଲଦାର ଦାୟତ୍ୱରେ ଥିବା ବିଡିଓ ଦେବାଶିଷ ନାୟକମାଜିଷ୍ଟେଟ ଦାୟତ୍ୱରେ ରହିଥିବା ବେଳେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ସ୍ଥାନୀୟ ବଳପୁର ସରପଞ୍ଚ ପିିୟଙ୍କା ପଣ୍ଡାଙ୍କ ସହିତ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ମାନେ ଯୋଗ ଦେଇଥିବାର ଦେଖାଯାଇଥିଲା । ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ସହିତ ଫୋସ ସହ ସେଠାରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୭/୩/୨୦୨୫---୭,୨୫
Sakhigopal News---27/3/2025