Breaking News

ସାକ୍ଷୀଗୋପାଳର ବହୁ ଚର୍ଚ୍ଚିତ ଜୟା ହୋଟେଲକୁ ୨୪ ଘଣ୍ଟା ଜଗିଛି ସତ୍ୟବାଦୀ ପୋଲିସ

   


ସାକ୍ଷୀଗୋପାଳ---- ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଥିବା ସେହି ଚର୍ଚ୍ଚିତ ଜୟା ହୋଟେଲକୁ ସତ୍ୟବାଦୀ ପୋଲିସ ଜଗି ରହିଛି । ଉକ୍ତ ହୋଟେଲରେ ମଟନ ବେଶ ଜଣାଶୁଣା ହେବା ସହ ମଟନ ଖାଇବା ପାଇଁ ପୁରୀ, କଟକ, ଭୁବନେଶ୍ୱର, ଡେଲାଙ୍ଗ, ପିପିଲି, ଖୋର୍ଦ୍ଧା, ଚନ୍ଦନପୁର , ନିମାପଠା ଗୋପ କୋର୍ଣାକ ଆଦି ଅଞ୍ଚଳରୁ ପ୍ରତିଦିନ ଶହ ଶହ ଯୁବକ ମାନେ ଏଠାରେ ଶସ୍ତା ଓ ସ୍ୱାଦ ମଟନ ଖାଇବା ଲମ୍ବା ଧାଡି ଲଗାଇଥାନ୍ତି । ଏହି ମଟନରେ ଗୋ ମାଂସ ମିଶ୍ରଣ ହେଉଥିବା ଏକ ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ଓ ଧର୍ମ ବିରୋଧୀ କାର୍ଯ୍ୟ କରିଛି ବୋଲି ଲୋକମାନେ କହିବା ସହ କିଛି ଲୋକ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି । ବେ ଆଇନ ଗୋରୁ ଚାଲଣ କରିବା ସମୟରେ କିଛି ଯୁବ ଧରାପଡିବା ପରେ ଏହି ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ସାକ୍ଷୀଗୋପାଳରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା । ସତ୍ୟବାଦୀ ପୋଲିସ କୌଣସି ଅଘଟନ ଘଟିବା ଆଗରୁ ସତ୍ୟବାଦୀ ଥାନା ଆଇଆଇସି ସେଠାରେ ୧୬୩ ଧାରା ଲାଗୁ କରିବା ସହ ହୋଟେଲ ଠାରୁ ବା ସାକ୍ଷୀଗୋପାଳ କଲେଜ ଛକ ଠାରୁ ଏକ କିଲୋମିଟର ମଧ୍ୟରେ ୧୪୪ ଧାରା ଜାରି କରିଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ପୋଲିସ ଉକ୍ତ ହୋଟେଲକୁ ସିଲ କରି ନିଜ ହେପାଜତକୁ ନେବା ସହ ହୋଟେଲରେ ପ୍ରସ୍ତୁତ କରାଯାଇଥବା ମଟନର ଜବତ କରି ସେଥିରେ ମିଶ୍ରଣ ହୋଇଛି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷାଗାରକୁ ଯାଇଛି । ସୁଚନାଯୋଗ୍ୟ ଯେ ଘଟଣା ପ୍ରଘଟ ହେବା ପରେ ଉକ୍ତ ହୋଟେଲ କ’ଣ ସେହି ମିଶ୍ରଣ ମାଂଶ କରିଥିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ମାନେ ମଟନ ମାଂଶ ସହିତ ଅନ୍ୟ ମାଂଶ ମିଶ୍ରଣ କରିଥାନ୍ତି ସେମାନେ ଏବେ ଫେରାର ଅଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ପୋଲିସ ହୋଟେଲ ସିଲ କରିଥିବାରୁ ଉକ୍ତ ହୋଟେଲକୁ ଜଗି ରହିଛନ୍ତି ବୋଲି ସତ୍ୟବାଦୀ ଥାନା ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୩/୨୦୨୫----୬.୧୫    Sakhigopal News, 21/3/2025

Blog Archive

Popular Posts