ମେଣ୍ଢାପୋଡି ନୀତି ସରିବା ପରେ ଦୋଳ ବେଦୀରେ ଦୋଳରେ ଝୁଲିଲେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ
ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ସୁସଜିତ ବିମାନରେ ବିଜେ କରି ଘଣ୍ଟ, ଘଣ୍ଟା କାହାଳି, ଛତ୍ରି, ତ୍ରାସ, ବୈରଖ,ମଶାଲ ବାଜା ବାଜି ଗୁରୁବାର ରାତିରେ ସୁଆରସାହିକୁ ଠାକୁର ବିଜେ କରିଥିଲେ । ଗ୍ରାମ କୋଠ ପକ୍ଷରୁ ନାଗା, ଦୁର୍ଗା, କାଳୀ ମେଡ ସହ ବୁଡା ବୁଡି, ଚଇତିଘୋଡା, ବଗ ବଗୁଲି, ଘଣ୍ଟ ସହିତ ବିରାଟ ସଲଟନ୍ରେ ଠାକୁରଙ୍କୁ ଗ୍ରାମକୁ ପାଛୋଟି ନିଆଯାଇଥିଲା । କିମ୍ବଦନ୍ତି ଅନୁସାର ସାକ୍ଷୀଗୋପିନାଥ ସୁଆରସାହି ବା ସେବକସାହିର ଜ୍ୱୋଇଁ ହୋଇଥିବାରୁ ବର୍ଷକୁ ଥରେ ସେ ଜାଇଁ ଡାକାରା ହୋଇଥାନ୍ତି । ଯେହେତୁ ଯେହେତୁ ବଡପଣ୍ଡାଙ୍କ ଝିଅ ରାଧାକୁ ସେ ଭଲପାଇଥିଲେ । ଏହି ଉପଲକ୍ଷେ ସେବକସାହି ଗ୍ରାମରେ ଝିଅ ଜ୍ୱାଇଁ, ବନ୍ଧୁବାନ୍ଦବଙ୍କର ଭିଡ ଜମିଥିଲା । ଗ୍ରାମଦାଣ୍ଡ ସଫାସୁତରା କରାଯାଇ ରଙ୍ଗ ବେରଙ୍ଗ ଆଲେକ ମାଳାରେ ଗ୍ରାମ ଦାଣ୍ଡ ଚମକି ଉଠିଥିଲା । ପ୍ରତି ଦୁଆରରେ ମହାପ୍ରଭୁ ଦୁଆରି ଭୋଗ ଲାଗି କରାଯିବା ସହ ଉକ୍ତ ସେବକସାହିର ଝିଅ, କୂଳବଧୁ, ନାତି, ନାତୁଣି, ଜ୍ୱାଇଁ ମାନେ ଠାକୁରଙ୍କୁ ଅଭିର ପକାଇ ଆଶିତ ଭିକ୍ଷାଲାଭ କରିଥିଲେ । ତାପରେ ମଣ୍ଡପରେ ପନ୍ତି ଭୋଗ କରାଯାଇଥିଲା । ସମସ୍ତଙ୍କ ଘର ଆଗରେ ପଞ୍ଚମୁରୁଜରେ ଝୋଟି ପଡିବା ସହ ଦୀପ ଓ ପୂର୍ଣ୍ଣକୁମ୍ଭ ବସିଥିଲା । ଠାକୁର ଆସିବା ଓ ଫେରିବା ସମୟରେ ପିଲାମାନେ ବାଣ ମାରିଥିଲେ । ପରେ ପରେ ଠାକୁର ଗୋପାଳପୁର ପାଟଣା ଓ ରଙ୍ଗଣୀସାହି ଗ୍ରାମରେ ପନ୍ତୀ ଭୋଗ ଖାଇ ଫେରିବା ବାଟରେ ନିଯୋଗ ଘର ନିକଟରେ ଥିବା ଜାଗା ମହାବୀରି ନିକଟରେ ଓ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଗ ଖାଇଥିଲେ । ଶୁକ୍ରବାର ସକାଳେ ରଙ୍ଗଣୀ ସାହିରୁ ଠାକୁର ଫେରିବା ପରେ ନୀତି ନିୟମ ଅନୁସାରେ ଠାକୁର ଦୋଳବେଦୀ ନିକଟରେ ଖୁଣ୍ଟି ଲାଗି ହେବାପରେ ପୂଜାପଣ୍ଡା ଠାକୁରଙ୍କ ନୀତିକାନ୍ତି କରିବା ପରେ ମନ୍ଦିର ପୁରୋହିତ, ମନ୍ଦିର ପଣ୍ଡିତ ହୋମଯଜ୍ଞ କରିଥିଲେ । ପରେ ପରେ ଅହିଅର ( ମେଣ୍ଢା ପୋଡି ) ପର୍ବ ଅନୁଷ୍ଠିତ ହୋଇଥିଲା । ତା ପରେ ଠାକୁର ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ଦୈନଦିନ ନୀତିକାନ୍ତି ସରିବା ପରେ ସେବାୟତ ମାନେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଦୋଳବୋଦୀକୁ ବିଜେ କରାଇଥିଲେ । ସାକ୍ଷୀଗୋପିନାଥଙ୍କ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୫----୭.୨୫