ନୂଆସୋମେଶ୍ବର ପୁର ଉଚ୍ଚ ବିଦ୍ୟାଳୟ ରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନୂଆସୋମେଶ୍ବର ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ୭ ଜଣ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ବାରିଷ୍ଟର ବିଶ୍ବନାଥ ମିଶ୍ର,ଜୟୀ ରାଜଗୁରୁ, ହରିହର ମର୍ଦ୍ଦରାଜ ଓ ଫକୀର ମୋହନ ସେନାପତି ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଅତିଥି ମାନଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଊପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପୂଜ୍ୟ ପୂଜା ପରିଷଦ ରମ୍ଭା ର ସଭାପତି ସୁବାସ ଚନ୍ଦ୍ର ପଣ୍ଡା, ନରସିଂହ ସୁବୁଦ୍ଧି, ବୈକୁଣ୍ଠ ନାଥ ନାୟକ, ଆର୍ତ୍ତତ୍ରାଣ ମଲ୍ଲିକ, ବାସୁଦେବ ସାହୁ, ଦେବେନ୍ଦ୍ର କୁମାର ନନ୍ଦ, ସବୁଜ ମିଶ୍ର, ସୁରରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିମୂର୍ତ୍ତି ସ୍ଥାପନ ଦ୍ଵାରା ମହାପୁରୁଷଙ୍କ ତ୍ୟାଗ, ଆଦର୍ଶ ଓ ଉନ୍ନତ ଚରିତ୍ରର ପ୍ରତିଫଳନ ପିଲା ମାନଙ୍କ ଉପରେ ପଡିବ ଓ ସେମାନେ ଜଣେ ଜଣେ ଭଲ ମଣିଷ ହେବାର ସଂକଳ୍ପ ନେଇ ପାରିବେ ବୋଲି ଯୋଗଦେଇଥିବା ଅତିଥି ମାନେ କହିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ବ ବିକାଶ ପ୍ରଧାନ ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୩/୨୦୨୫----୧୦,୨୫ Sakhigopal News,29/3/2025