Breaking News

ପାରକେଣା ଉନ୍ନିତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ


ସାକ୍ଷୀଗୋପାଳ-----ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ସହ  ପାରକେଣା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିତାଲୀ ମଧୁସ୍ମିତା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ପରଜାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ରୁପେ ଆଲୁମିନି ସଭାପତି ସୁଦାମ ବାରିକ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୋଜିନା ସ୍ବାଇଁ ଯୋଗ ଦେଇଥିଲେ। ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ଓ ବୌଦ୍ଧିକ ଶିକ୍ଷା ଦାନ ସମ୍ପର୍କରେ ସମସ୍ତ ଅତିଥିମାନେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଏକ ମନ୍ଦିର,ଏହାର ଯଥେଷ୍ଟ ଗୁରୁତ୍ବ ରହିଛି ବୋଲି ମିତାଲୀ ମିଶ୍ର ଉଦ୍‌ବୋଧନ ଦେଇଥିଲେ। ବାର୍ଷିକ କ୍ରିଡାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ମାନଙ୍କୁ ଦକ୍ଷତା ଭିତ୍ତିକ ଅନୁଶୀଳନରେ ବିଦ୍ୟାଳୟ ତରଫରୁ ପୁରଷ୍କାର ଦିଆ ଯାଇଥିଲା। ଦୁଇଟି କ୍ଷୁଦ୍ର ଶିକ୍ଷଣୀୟ ନାଟକ ଯଥା ନାରୀ ଶିକ୍ଷା ଓ ନାରୀକୁ କର ସମ୍ମାନ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପରିବେଶଣ  ହୋଇଥିଲା। ପାରମ୍ପରିକ ନୃତ୍ଯ ସଂଗୀତ ଓ  ଅଭିନୟ ମଂଚରେ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଜଗତ ଜ୍ୟୋତି ମିଶ୍ର।ବିଦ୍ୟାଳୟର ସମସ୍ତ  ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ମାନସ ରଂଜନ ପଟ୍ଟନାୟକ ।ସହଯୋଗ କରିଥିଲେ ଅଶୋକ ରାଉତରାୟ,ଲକ୍ଷ୍ମିଧର ଖଟେଇ,ହେମନ୍ତ ପ୍ରଧାନ,ଜିତେନ୍‌ ନାୟକ,ଅରଜିତ ଗିରି ଓ ବିଷ୍ଣୁ ପ୍ରିୟା ଦାସ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୩/୨୦୨୫----୧୧,୪୦ Sakhigopal News,31/3/2025

Blog Archive

Popular Posts