ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଯୋଜନା ପାଇଁ ପଥପ୍ରାନ୍ତ ସଭା ଅନୁଷ୍ଠିତ
ସାକ୍ଷୀଗେ।ପାଳ----- ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟର କଲ୍ୟାଣମଣ୍ଡପ ପରିସରରେ ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନାର ସଫଳତାକୁ ନେଇ ଏକ ପଥପ୍ରାନ୍ତ ସଭା ଅନୁଷ୍ଟିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗର ଅଧିକାରିଣୀ ରାଜଲକ୍ଷ୍ମୀ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରଥପାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ,ସୁପରଭାଇଜର ପିୟୁସମୟୀ ପଣ୍ଡା, ରଶ୍ମିତା ପାତ୍ର ଯୋଗ ଦେଇ ସରକାରଙ୍କ ପକ୍ଷରୁ ଏହି ଯୋଜନାରେ ମହିଳା ମାନଙ୍କ ମୁହଁରେ ହସ ଫୁଟାଇଛି ବୋଲି କହିଥିଲେ । ଏଥିରେ ମିଶନଶକ୍ତି ବ୍ଳକ ପ୍ରୋଗାମ ଆସିଷ୍ଠାଣ୍ଡ ତଥା ଆକାଉଣ୍ଟ ଅଧିକାରିଣୀ ସୁପିୟା ସୁବୁଦ୍ଧି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ମହିଳା ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ମାନଙ୍କ ସହିତ ଏମବିକେ,, ସିଆରପି, ଅଙ୍ଗନୱାଡି କର୍ମୀ , ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୫----୭,୨୫ Sakhigopal News--6/3/2025