Breaking News

ମଟନରେ ଗୋ ମାଂଶ ମିଶ୍ରଣ କରୁଥିବା କଥା ଭିଡିଓ ଭାଇରାଲ ହେବା ପରେ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ହୋଟେଲ ସିଲ


ସାକ୍ଷୀଗୋପାଳ, ----ସତ୍ୟବାଦୀରେ ବେ ଆଇନ ଗୋରୁ ଚାଲଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଜଣଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରିଛି । ଅନ୍ୟ ପକ୍ଷେ ବେଆଇନ ଗୋରୁ ଚାଲଣ ସମୟରେ ଧରାପଡିଥିବା ଯୁବକ ଜଣଙ୍କର କଥା ଶୁଣିବା ପରେ ସତ୍ୟବାଦୀ ନୁହେଁ ସାରା ଓଡିଶାରେ ଲୋକ ମାନଙ୍କ ମୁଣ୍ଡରେ ଚଡକ ପଡିଯାଇଛି ।  ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଥିବା ଏକ ହୋଟେଲରେ ପ୍ରତିଦିନ ୨୦ କେଜି ଗୋ ମାଂଶ ସହିତ ଚର୍ବି ମଟନ ସହିତ ମିଶା ଯାଉଥିଲା ବୋଲି ଯୁବକ ଜଣଙ୍କ ଏହି କଥା କହିଛି ।  ଏହା ସହିତ କିଛି ଅଧିକାରୀ ମାନେ ପ୍ରତିମାସରେ ଅର୍ଥ ନେଉଥିବା କଥାକୁ ସେ ମଧ୍ୟ ପ୍ରକାଶ କରିଛି । ଯାହାକି ଉକ୍ତ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦ ହଜିଯାଇଛି । ଭିଡିଓଟି ସତକି ମିଛି ଜାଣିବା ପାଇଁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବୁଧବାର ରାତିରେ ଉକ୍ତ ହୋଟେଲଟିକୁ ସିଲ କରି ଦେବା ସହ ଉକ୍ତ ହୋଟେଲ ନିକଟରେ ପୋଲିସ ପହରା ଦେଉଥିବା ଜଣାପଡିଛି ।  ସକାଳ ହେବା ମାତ୍ରେ ଲୋକମାନେ ଉକ୍ତ ହୋଟେଲରୁ ମଟନ ଖାଇବା ପାଇଁ ଲାଇନି ଲଗାଇଥାନ୍ତି । ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ମଟନ ଲୋକମାନେ ଏହି ହୋଟେଲରୁ ଖାଇଥାନ୍ତି ।  ଅନ୍ୟ ପକ୍ଷେ ଉକ୍ତ ହୋଟେଲ ସହିତ ରାସ୍ତା କରରେ ଥିବା ଅନ୍ୟ କେତେକ ହୋଟେଲ ମାନଙ୍କରେ ଏପରି ହେଉଥିବା ସାକ୍ଷୀଗୋପାଳରେ ଆଲେଚନା ଆରମ୍ଭ ହୋଇଛି । ବହୁ ଦିନ ପରେ ସତ୍ୟବାଦୀ ପ୍ରଶାସନ ଉକ୍ତ ହୋଟେଲକୁ ସିଲ କରିଥିବାକୁ ନେଇ ସତ୍ୟବାଦୀର ଜଣସାଧାରଣଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଏହା ସହ ସତ୍ୟବାଦୀରେ ଗୋ ହତ୍ୟା ସମ୍ପୂର୍ଣ୍ଣ ରଦ୍ଧ କରିବା ପାଇଁ ଦାବି ହେଉଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୫---୭,୨୫   Sakhigopal News, 6/3/2025

Blog Archive

Popular Posts