ଗୁରୁକୁଳ ଉତ୍ସବ - ୨୦୨୫ ଉଦଘାଟିତ ଏକକ ଓଡ଼ିଶୀ, ସଂଗୀତରେ ବିଳମ୍ବିତ ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ
ସାକ୍ଷୀଗୋପାଳ,----ରାମହରି ଦାସ ଓଡ଼ିଶୀ ଗୁରୁକୁଳ ଦ୍ୱାରା ଅନୁଷ୍ଠିତ ହେଉଥିବା ମହାର୍ଘ ଅୟୋଜନ ଗୁରୁକୁଳ ଉତ୍ସବ ୨୦୨୫ ସାନ୍ଧ୍ୟ ରେ ଉଦଘାଟିତ ହୋଇଯାଇଛି। ଏଥିରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରଧାନ ମୂଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ସାହିତ୍ୟ ଏବଂ ସଙ୍ଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ଚନ୍ଦ୍ରଶେଖର ହୋତା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ଼. ବିଜୟ କୁମାର ଜେନା ଆଦି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଉତ୍ସବ ର ଶୁଭାରମ୍ଭ କରିଥିଲେ। ଏହି ଅବସର ରେ ମହାନ୍ ଓଡ଼ିଶୀ ଗାୟିକା ଗୁରୁ ଡ଼. ଶ୍ୟାମାମଣି ଦେବି, ପଦ୍ମଶ୍ରୀ ଗୁରୁକୁଳ ସମ୍ମାନ ୨୦୨୫ ରେ ସମ୍ମାନିତ କରାଯାଇଥିଲା। ଗୁରୁକୁଳ ବିଦ୍ୟାର୍ଥୀ ମାନଙ୍କ ସଙ୍ଗୀତ ପରିବେଷଣ ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆରମ୍ଭ ହୋଇଥିଲା। ପରେ ପରେ ଏହି କ୍ରମରେ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ସାଥୀ ଙ୍କ ଦ୍ଵାରା ଏକକ ମର୍ଦ୍ଦଳ ବାଦନ, ଗୁରୁକୁଳ ର ଛାତ୍ରୀ ଶୁଶ୍ରି ଜ୍ୟୋତିର୍ମୟୀ ନାୟକ ଙ୍କ ଦ୍ଵାରା ଏକକ ଓଡ଼ିଶୀ ସଙ୍ଗିତ ଗାୟନ, ଗୁରୁ ଅଶୋକ କୁମାର ଘୋଷାଲ, ନୃତ୍ୟଶାଳା, ଭୁବନେଶ୍ୱର ଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ନାଟିକା ଶକୁନି ଏବଂ ଗୁରୁ ସତ୍ୟବାନ ସାହୁ, ମା ବୀଣାକେଶ୍ୱରି ନୃତ୍ୟ ମଞ୍ଜରୀ, ପିଲିଲି ଙ୍କ ଦ୍ୱାରା ଲୋକ ନୃତ୍ୟ କେଳା କେଲୁଣି ଓ ଢଗ ଢମାଳି ପରିବେଷଣ ହୋଇଥିଲା l ସମସ୍ତ ସାଂସ୍କୃତିକ ପ୍ରଦର୍ଶନ ଅତି ଉଚ୍ଚକୋଟୀର ହେବ ସହ ଉପସ୍ଥିତ ସମସ୍ତକୁ ଆକୃଷ୍ଟ କରିଥିଲା। ମଞ୍ଚ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ l ଅନୁଷ୍ଠିତ ଗୁରୁକୁଳ ଉତ୍ସବ ର ପ୍ରାରମ୍ଭିକ ସାନ୍ଧ୍ୟ, ଗୁରୁକୁଳ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସ, ସଚିବ ଗୁରୁ ଧନେଶ୍ଵର ସ୍ୱାଇଁ ଏବଂ ଗୁରୁ ନିରଞ୍ଜନ ରାଉତ ଙ୍କ ନିର୍ଦ୍ଦେଶନା ରେ ଗୁରୁକୂଳ ର ସମ୍ପାଦକ ଗୁରୁ ହିମାଂଶୁ ଶେଖର ସ୍ବାଇଁ ଏବଂ ଗୁରୁକୁଳ ର ପ୍ରତ୍ୟେକ ସଦସ୍ୟ ସୁଚାରୁ ରୂପେ ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୩/୨୦୨୫----୧୦,୨୦
Sakhigopal News,29/3/2025