ଏକ ଦିବସୀୟ ଗୋଷ୍ଠୀ ଭିତିକ ନିଶା ନିବାରଣ ଉପରେ ଜନ ସଚେତନତା
ଡେଲାଙ୍ଗ- ---
ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁହାଳିପଡା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଏକଦିବସୀୟ ଗୋଷ୍ଠୀ ଭିତିକ ନିଶା ନିବାରଣ ର ପ୍ରତିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ । ପ୍ରଚଣ୍ଡସ୍ବର ସେବା ସଂସ୍ଥାନ ଆୟୋଜିତ ଓ ସାମାଜିକ ନ୍ୟୟ ଏବଂ ସଶସ୍ତୀକରଣ ମନ୍ତଣାଳୟ ,ଭାରତ ସରକାରଙ୍କର ଦ୍ବାରା ପରିଚାଳିତ ଜାତୀୟ ସାମାଜିକ ରକ୍ଷା ସଂସ୍ଥା ସହାୟତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଗୁହାଳିପଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ପୁରୁଷ ଓ ମହିଳା ଯୋଗ ଦେଈଥିଲେ । ଆଧୁନିକ ଯୁଗରେ କିପରି ଭାବରେ ସମସ୍ତେ ନିଶାର ଶିକାର ହୋଇ ସମାଜକୁ ଧ୍ବଂସ କରି ସାରିଲେଣି , ସେଥିରୁ ରକ୍ଷା କରାଯାଇପାରିବ କିପରି ଆଲୋକପାତ କରାଯାଇଥିଲା ।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ ବ୍ଲକର ଗୁହାଳିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ହରେକୃଷ ସ୍ବାଇଁ , ମୁଖ୍ୟବକ୍ତା ରୁପେ ଶ୍ରୀ ପବିତ୍ର କୁମାର ପଣ୍ଡା , ସମ୍ମାନୀତ ଅତିଥି ରୁପେ ଶ୍ରୀ କବିରାଜ ନାୟକ , ଆଲୋକ ମହାପାତ୍ର , ଅନୁଷ୍ଠାନ ର ସଭାପତି ଓ ଅଭୟମୁଖୀ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ତଥା ସମାଜସେବୀ ଶ୍ରୀ ବାସୁଦେବ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ସମାଜସେବୀ ଶ୍ରୀ ଅଶୋକ କୁମାର ପେଣ୍ଠୋଇ କାର୍ଯ୍ୟକ୍ରମ ପରିଚାଳନା ସହିତ ବିବରଣୀ ପାଠ କରିଥିଲେ । ଶେଷରେ ନିଶା ନିବାରଣ ର ପ୍ରତିକାର ଉପରେ ଦାସ କାଠିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅନୁଷ୍ଠାନର ସଭ୍ୟ ଶ୍ରୀ ପ୍ରକାଶ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୩/୨୦୨୫----୧୧,୪୫ Sakhigopal News,31/3/2025