ଉଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଯାପିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ଭାରତ ନିର୍ମାଣ ଗୃହ ପରିସରରେ ଛଅ ଦିନ ଧରି ୩୫ ଜଣ ମହିଳାଙ୍କୁ ସ୍ୱାବଲମ୍ଭୀ କରିବା ଲକ୍ଷ୍ୟରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁକୋ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନ ପୁରୀଙ୍କ ସହାୟତାରେ ଉଦ୍ୟୋଗୀ ବିକାଶ ତାଲିମ ଅନୁଷ୍ଠାନର ଟ୍ରେନର ପ୍ରତିଭା ସାହୁ, ରୁଣୁବାଳା ସାହୁ ଓ ଗ୍ରାମ୍ୟ କୃଷି ବିକାଶ ପରିଷଦ ପୁରୀର କୋଷାଧ୍ୟକ୍ଷ ତଥା ଟ୍ରେନର ସଂଯୁକ୍ତା ପାହାନ୍ତାସିଂହ ଛଅ ଦିନ ଧରି ମହିଳା ଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉଦଯାପନ ଦିବସରେ ଶୁକଳ ୟୁକୋ ବ୍ୟାଙ୍କର ଶାଖାର ପରିଚାଳକ ସୁଶାନ୍ତ କାତୁନୋଗୋ, ଏଫଏଲସି ନିଲାମ୍ବର ମହାନ୍ତ ଓ ଉଦ୍ୟୋଗୀ ବିକାଶ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଲେଙ୍କା , ସଂଗଠକ ବିପିନି କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ କିପିର ଶସ୍ତା ବା ଯେଉଁ ଦିନରେ ପନିପରିବା ଠାରୁ ଖାଦ୍ୟ କୁ କିପିରି ସୁରକ୍ଷିତ ବା ଅଧିକ ପୁଷ୍ଟିକର ଖାଦ୍ୟ କରିହେବ ସେ ସମ୍ପର୍କରେ ମତ ରଖିଥଲେ । ଏହି ଅବସରରେ ଅନୁଷଠିତ ସଭାରେ ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଯୋଗ ଦେଇଥିବା ମହିଳା ଓ ଯୁବତୀ ମାନଙ୍କୁ ଘରେ ଥିବା ଶାଗ ଓ ପନିପରିବାକୁ ନେଇ ବିଭିନ୍ନ ରୁଟି, ଜାମ, ଆଚାର, ସରବତ, କ୍ସାସ, ଖଟା, ଟମାଟୁ ଓ ଚିଲି ସ୍କସ ତିଆରି କରିବା ପ୍ରଶାଳୀ ସଂଯୁକ୍ତା ପାହାନ୍ତାସିଂହ ବତାଇବା ସହ ତିଆରି କରି ଦେଖାଇଥିଲେ । ଶେଷରେ ତାଲିମ ନେଇଥିବା ମହିଳା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଏକ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରଭାତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୫---୭,୨୫ Sakhigopal News, 24/3/2025